ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ଡିସେମ୍ବର ୭ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତିଙ୍କ ଗସ୍ତ ନେଇ ଏବେଠୁ ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତ ହେଲାଣି। ସୋମବାର ଡିଜିପି ସତ୍ୟଜିତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏନେଇ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଛି।

ରାଷ୍ଟ୍ରପତିଙ୍କ ଓଡ଼ିଶାଗସ୍ତ ବେଳେ ସୁରକ୍ଷାର ଦାୟିତ୍ୱରେ ୫୦ ପ୍ଲାଟୁନ ପୋଲିସ ଫୋର୍ସ ରହିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଏହି ଗସ୍ତରେ ରାଷ୍ଟ୍ରପତି ୮ ତାରିଖରେ ଖୋର୍ଦ୍ଧା ବରୁଣେଇ ପାଇକ ସ୍ମୃତିସ୍ଥଳ ଯିବେ। ସେଠାରୁ ଫେରି ଉତ୍କଳ ବିଶ୍ୱ ବିଦ୍ୟାଳୟ ପ୍ଲାଟିନମ୍‌ ଜୁବଲୀରେ କାର୍ଯ୍ୟକ୍ରମରେ ଯୋଗ ଦେବେ। ସେହଦିନ ସନ୍ଧ୍ୟାରେ ସେ ଦିଲ୍ଲୀ ଫେରିଯିବେ।

Comment