ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାତିରେ ଘରେ ଶୋଇଥିଲା ବେଳେ ଜିଅନ୍ତା ଜଳିଗଲେ ଯୁବକ। ବାଲେଶ୍ୱର ସଦର ଥାନା ଅଞ୍ଚଳରେ ଏହି ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି।

ସୋମବାର ରାତି ପ୍ରାୟ ୨ଟା ସମୟରେ ଯୁବକଙ୍କ ଘରେ କୌଣସି କାରଣରୁ ନିଆଁ ଲାଗଯାଇଥିଲା। ତାଙ୍କ ପତ୍ନୀ ଓ ଝିଅ ତାଙ୍କ ରକ୍ଷା କରିବାକୁ ଚେଷ୍ଟା କରିଥିଲେ ବି ବିଫଳ ହୋଇଥିଲେ।

ଏଥିରେ ଯୁବକଙ୍କ ପତ୍ନୀ ମଧ୍ୟ ଗୁରୁତର ହୋଇଛନ୍ତି ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକ ଯୁବକଙ୍କ ନାଁ ଶୁକ ଭାରତୀ।

Comment