ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ ଏଭଳି କେତେକ କଳାକାର ଅଛନ୍ତି, ଯେଉଁମାନେ ଏନଗେଜମେଣ୍ଟ କରିବା ପରେ ମଧ୍ୟ ବିବାହ ମଣ୍ଡପ ଯାଏଁ ଯାଇପାରିନଥିଲେ ଅର୍ଥାତ୍ ନିର୍ବନ୍ଧ ପରେ ସେମାନଙ୍କର ବାହାଘର ଭାଙ୍ଗି ଯାଇଥିଲା ଏବେ ଆସନ୍ତୁ ଜାଣିବା ସେହି କଳାକାରମାନଙ୍କ କ୍ଷେତ୍ରରେ ଏଭଳି କାହିଁକି ହୋଇଥିଲା

ଅଭିଷେକ ବଚ୍ଚନ-କରିସ୍ମା କପୁର

ବିଗ୍‌ ବି ଅମିତାଭ ବଚ୍ଚନଙ୍କ ପୁଅ ତଥା ବଲିଉଡର ଲୋକପ୍ରିୟ ନାୟକ ଅଭିଷେକ ବଚ୍ଚନଙ୍କ ବାହାଘର କପୁର ଖାନଦାନର ଜଣାଶୁଣା ନାୟିକା କରିସ୍ମା କପୁରଙ୍କ ସହ ଠିକ୍ ହୋଇଥିଲା। ଏଥିଲାଗି ୨୦୦୨ ମସିହା ଅକ୍ଟୋବର ୧୧ ତାରିଖରେ ଅର୍ଥାତ୍ ଅମିତାଭ ବଚ୍ଚନଙ୍କର ଜନ୍ମଦିନରେ ହିଁ ଅଭିଷେକ ଓ କରିସ୍ମାଙ୍କର ଏନଗେଜମେଣ୍ଟ ହୋଇଥିଲା। ଏହା ପୂର୍ବରୁ ଅଭିଷେକ ଓ କରିସ୍ମା ପ୍ରାୟ ପାଞ୍ଚ ବର୍ଷ ଧରି ଡେଟ୍ କରୁଥିଲେ। ଏ ଦୁହେଁ ‘ହାଁ ମୈନେ ଭି ପ୍ୟାର୍ କିୟା’ ସିନେମାରେ ଏକାଠି ଅଭିନୟ ମଧ୍ୟ କରିଥିଲେ କିନ୍ତୁ ହଠାତ୍ ଅଭିଷେକ୍‌ କରିସ୍ମାଙ୍କର ଏନ୍‌ଗେଜମେଣ୍ଟ ଭାଙ୍ଗି ଯାଇଥିଲା। ତେବେ ଏହାର କାରଣ ଆଜିଯାଏଁ ଜଣାପଡ଼ିନାହିଁ।

ବିବେକ ଓବେରଏ-ଗୁରୁପ୍ରୀତ୍ ଗିଲ୍

ବଲିଉଡର ଜଣାଶୁଣା ନାୟକ ବିବେକ ଓବେରଏ ପ୍ରଥମେ ଅଭିନେତ୍ରୀ ଗୁରୁପ୍ରୀତ୍ ଗିଲଙ୍କ ସହିତ ରୋମାନ୍ସ କରିଥିଲେ। ତା’ପରେ ସେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେବା ଲାଗି ସ୍ଥିର କରିଥିଲେ। ଏଥିପାଇଁ ବିବେକ ଓ ଗୁରୁପ୍ରୀତଙ୍କର ଏନଗେଜମେଣ୍ଟ ବି ହୋଇଥିଲା। ବିବେକ ନିଜର କ୍ୟାରିଅରକୁ ନେଇ ବ୍ୟସ୍ତ ହେବା ଯୋଗୁଁ ଗୁରୁପ୍ରୀତଙ୍କୁ ସମୟ ଦେଇପାରିଲେ ନାହିଁ। ଏଣୁ ବିବେକ- ଗୁରୁପ୍ରୀତଙ୍କର ବାହାଘର ଭାଙ୍ଗି ଯାଇଥିଲା।

ସଲମାନ ଖାନ-ସଙ୍ଗୀତା ବିଜିଲାନି

ନବେ ଦଶକରେ ସଲମାନ ଖାନ ନିଜର ଆଫେଆର୍ ପାଇଁ ସବୁଠାରୁ ବେଶୀ ଚର୍ଚ୍ଚାରେ ଥିଲେ। ତାଙ୍କର ସେହି ସମୟରେ ଅଭିନେତ୍ରୀ ସଙ୍ଗୀତା ବିଜିଲାନୀଙ୍କ ସହିତ ଆଫେଆର୍ ଥିଲା। ସଲମାନ୍ ଏବଂ ସଙ୍ଗୀତାଙ୍କର ଏନଗେଜମେଣ୍ଟ ବି ସରିଥିଲା। ଖାଲି ସେତିକି ନୁହେଁ, ବାହାଘର ତାରିଖ ବି ପକ୍କା ହୋଇସାରିଥିଲା। କିନ୍ତୁ ସଙ୍ଗୀତା ପରେ ସଲମାନ୍‌ଙ୍କୁ ବାହା ହେବାକୁ ରାଜି ହେଲେ ନାହିଁ, କାରଣ ତାଙ୍କର ଅନୁଭବ ହେଲା ଯେ ସଲମାନ୍‌ ତାଙ୍କୁ ଧୋକା ଦେଉଛନ୍ତି।

ଉପେନ୍ ପଟେଲ୍– କରିସ୍ମା ତନ୍ନା

ମଡେଲ ତଥା ଆକ୍ଟର ଉପେନ୍ ପଟେଲ୍ ‘୩୬-ଚାଇନା ଟାଉନ୍’ ଜରିଆରେ ଏଣ୍ଟ୍ରି କରିଥିଲେ ବଲିଉଡରେ। କିନ୍ତୁ ସେ ଏଠି ଖାସ୍‌ କମାଲ୍‌ କରିପାରିନଥିଲେ। ଉପେନ ପଟେଲ୍ କଲର୍ସ ଚ୍ୟାନେଲରେ ପ୍ରସାରିତ ରିଆଲିଟି ସୋ ‘ବିଗବସ୍‌’ର ପ୍ରତିଯୋଗୀ ହୋଇଥିଲେ। ସେଠାରେ ପ୍ରତିଯୋଗୀ କରିସ୍ମା ତନ୍ନାଙ୍କ ସହିତ ଉପେନଙ୍କର ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ତେବେ ଉପେନ୍ ଓ କରିସ୍ମା ତା’ପରେ ଡ୍ୟାନ୍ସିଂ ରିଆଲିଟି ସୋ ‘ନଚବଲିୟେ ସିଜିନ୍ ୭’ରେ ଅଂଶଗ୍ରହଣ କରିଥିଲେ। ସେହି ମଞ୍ଚରେ ସେ ଦୁହେଁ ଏନଗେଜମେଣ୍ଟ କରିଥିଲେ। ସେମାନେ କିନ୍ତୁ ପରେ ନିଜ ନିଜର ରାସ୍ତାକୁ ଅଲଗା କରିଦେଇଥିଲେ।

ଅକ୍ଷୟ କୁମାର-ରବିନା ଟଣ୍ଡନ

ବଲିଉଡର ପରଫେକ୍ଟ ଜେଣ୍ଟଲମ୍ୟାନ୍ ହେଲେ ଅକ୍ଷୟ କୁମାର। ଙ୍କୁ ଲୋକେ ମସ୍ତ ମସ୍ତ ଗର୍ଲ ଭାବେ ଜାଣନ୍ତି। ନବେ ଦଶକରେ ରବିନା ଟଣ୍ଡନଙ୍କ ସହ ଅକ୍ଷୟଙ୍କ ଆଫେଆର୍ ସବୁଠାରୁ ଅଧିକ ଚର୍ଚ୍ଚିତ ହୋଇଥିଲା। ଅକ୍ଷୟ ଓ ରବିନାଙ୍କର ନିର୍ବନ୍ଧ ବି ସରିଥିଲା ବୋଲି ଶୁଣିବାକୁ ମିଳିଥିଲା। କିନ୍ତୁ ସେତେବେଳେ ଅକ୍ଷୟ କୁମାରଙ୍କର ଅନ୍ୟ ନାୟିକାଙ୍କ ସହ ସମ୍ପର୍କ ଥିବା ଜାଣିବାକୁ ପାଇଲେ ରବିନା। ସେ ଏଥିଲାଗି ତାଙ୍କ ସହ ବାହା ନ ହେବାକୁ ନିଷ୍ପତ୍ତି ନେଲେ। ଦୁହିଁଙ୍କର ବ୍ରେକ୍ ଅପ୍‌ ହୋଇଗଲା।

Comment