ଓଡ଼ିଶାଲାଇଭ୍ ବ୍ୟୁରୋ

ଟମାଟୋ ରାଇସ୍‌ ବା ଟମୋଟୋ ଭାତ ଖାଇବାକୁ ସମସ୍ତେ ଭଲ ପାଇଥା’ନ୍ତି। ଏହାକୁ ପ୍ରସ୍ତୁତ କରିବା ବିଧି ଅତ୍ୟନ୍ତ ସରଳ। ଜାଣନ୍ତୁ, ଟମାଟୋ ରାଇସ୍‌କୁ ପ୍ରସ୍ତୁତ କରିବା ପାଇଁ ପ୍ରକ୍ରିୟା।

ଗୋଟେ ପ୍ୟାନ୍‌କୁ ଗ୍ୟାସ୍‌ରେ ବସାଇ ଏକ ଚାମଚ ଜୀରା, ୧ ଚାମଚ ପୋସ୍ତକ, ୨ଚାମଚ ବୁଟ ଡାଲି, ୨ଟା ଶୁଖିଲା ଲଙ୍କା ପକାଇ ହାଲ୍‌କା ଗରମ ବା ଭାଜି ଦେବେ। ଏଥିରୁ ଟିକେ ବାସ୍ନା ଆସିଲେ ଏହାକୁ ଥଣ୍ଡା କରିବାକୁ ଛାଡ଼ି ଦେବେ। ଥଣ୍ଡା ହୋଇଗଲେ ଏହାକୁ ଗ୍ରାଇଣ୍ଡିଂ କରନ୍ତୁ।

ଏକ ପ୍ୟାନ୍‌ରେ ଗୋଟେ ଚାମଚ ଘିଅ ବା ରିଫାଇଣ୍ଡ ତେଲ ପକାଇବ। ଏଥିରେ ଟିକେ ହେଙ୍ଗୁ ଏବଂ ଏହାପରେ ଭୃସୁଙ୍ଗାପତ୍ର ୯ଟି ପକାଇବେ। ଏବେ ୪ଟି ଟମୋଟୋକୁ ଛୋଟ ଛୋଟ କାଟି ପକେଇବା ପରେ ପ୍ୟାନ୍‌କୁ ଘୋଡ଼ାଇ ଦିଅନ୍ତୁ। ଟମୋଟୋ ପାକ ହୋଇଗଲେ ସେଥିରେ ଅଧ ଚାମଚ ହଳଦୀ ପକାନ୍ତୁ। ଏବେ ଏଥିରେ ଗ୍ରାଇଣ୍ଡିଂ କରାଯାଇଥିବା ମସଲାକୁ ୨ ଚାମଚ ପକାଇବେ। ଟମାଟୋ ଭଲ ଭାବରେ ମିଶି ଗଲେ ୩ କପ୍‌ ରନ୍ଧା ଭାତ ପକାଇ ମିଶାଇ ଦେବେ। ଶେଷରେ ସ୍ଵାଦ ଅନୁସାରେ ଲୁଣ ଏବଂ ପୂର୍ବରୁ ବଟା ଯାଇଥିବା ମସଲା ପକାଇ ଭାତକୁ ମିଶାଇ ଦେବେ। ଏହି ଟମାଟୋ ଭାତକୁ ଦହି କଚମ୍ବର ସହ ଖାଇଲେ ସ୍ୱାଦ ବଢ଼ିଯିବ।

Comment