ଓଡ଼ିଶାଲାଇଭ୍ ବ୍ୟୁରୋ
ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିଛନ୍ତି 5-T ସଚିବ ଭିକେ ପାଣ୍ଡିଆନ୍। ଆଜି ବଡ଼ି ଭୋରରୁ ପାଣ୍ଡିଆନ୍ ଲିଙ୍ଗରାଜ ମନ୍ଦିର ପହଞ୍ଚି ମନ୍ଦିରର ବାହାର ଏବଂ ଭିତର ପରିଦର୍ଶନ କରିଥିଲେ ଏବଂ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ।
ପାଣ୍ଡିଆନଙ୍କ ଗସ୍ତ ସମୟରେ ଭୁବନେଶ୍ୱର ଡିସିପି ଅନୁପ ସାହୁ, ଖୋର୍ଦ୍ଧା ଏଡିଏମ୍ ମନୋରାଞ୍ଜନ ମଲ୍ଲିକ୍ଙ୍କ ସମେତ ଲିଙ୍ଗରାଜ ମନ୍ଦିର ପ୍ରଶାସନ ଉପସ୍ଥିତ ଥିଲେ।
ଲିଙ୍ଗରାଜ ମନ୍ଦିରର ଉନ୍ନତୀକରଣ ଓ ସୌନ୍ଦର୍ଯ୍ୟକରଣ ଲାଗି ସରକାର ୮.୫ କୋଟିର ପ୍ୟାକେଜ୍ ଘୋଷଣା କରିଛନ୍ତି। ଏନେଇ ମନ୍ଦିର ଚାରିପଟୁ ଜବରଦଖର ଉଚ୍ଛେଦ କରାଯାଇଥିଲା।


















