ଓଡ଼ିଶାଲାଇଭ୍ ବ୍ୟୁରୋ

ଫୁଲକୋବିରେ ଭରପୂର ଥାଏ ଭିଟାମିନ୍‌ ଏ’, ସି, ଡି, ବି-୬, ମ୍ୟାଗ୍ନେସିୟମ, ପୋଟାସିୟମ୍‌ ଭଳି ଅନେକ ପୋଷକତତ୍ଵ। ଫୁଲକୋବି ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ। କିନ୍ତୁ, ଲୋକମାନେ ସାଧାରଣତଃ ଫୁଲକୋବିକୁ ପରାଟା, ଭଜା, ତରକାରୀ ଆଦି କରି ଖାଇଥା’ନ୍ତି। କେବଳ ଫୁଲକୋବି ସୁପ୍‌ କରି ଆପଣ ଶୀତଦିନରେ ଏହାର ମଜା ଉଠାଇ ପାରିବେ। ଜାଣନ୍ତୁ, କେମିତି କରିବେ ଫୁଲକୋବିର ସୁପ୍‌।

ସାମଗ୍ରୀ

  • ୧ଟି ଫୁଲକୋବି
  • ୧ଟି ଗାଜର
  • ୧ଟି ପିଆଜ
  • ୨-୩ କୋଲା ରସୁଣ
  • ୧ ଚାମଚ ରିଫାଇଣ୍ଡ ତେଲ
  • ଧନିଆ ପତ୍ର
  • ଗୋଲମରିଚ ଗୁଣ୍ଡ ଗୋଟେ ଚାମଚ
  • ଅଧା କପ୍‌ କ୍ଷୀର

ପ୍ରଣାଳୀ

ଗୋଟେ କପ୍‌ କଡ଼େଇରେ ତେଲ ପକାଇବେ, ତେଲ ଗରମ ହୋଇଗଲେ ପିଆଜ ପକାଇବେ। ପିଆଜ ହାଲ୍‌କା ବାଦାମୀ ହୋଇଗଲେ ରସୁଣକୁ ଛେଚି ପକାଇବେ।

ଏବେ ଏଥିରେ କୋବି, ଗାଜର, ଲୁଣ ଏବଂ ଗୋଲମରିଚ ଗୁଣ୍ଡ ପକାଇ ଡାଙ୍କୁଣୀରେ ଘୋଡ଼ାଇ ଦିଅ। ଏବେ ଏଥିରେ ଗୋଟେ କପ୍‌ ପାଣି ଦେଇ ସିଝିବାକୁ ଛାଡ଼ିଦିଅ। ସିଝିଗଲା ପରେ ଏଥିରେ ଅଧ କପ୍‌ କ୍ଷୀର ପକାଇ ଫୁଟିବାକୁ ଦେବ। ଫୁଟିଗଲା ପରେ ଗ୍ୟାସ୍‌କୁ ବନ୍ଦ କରି ଦିଅନ୍ତୁ। ଏବେ ଏଥିରେ ଧନିଆ ପତ୍ର ପକାଇ ଗରମ ଗରମ ଖାଆନ୍ତୁ।

Comment