ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଫେସର୍‌ ଆଇ ରାମବ୍ରହ୍ମମ୍‌ କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତି ପାଇଛନ୍ତି। ମଙ୍ଗଳବାର ରାଷ୍ଟ୍ରପତି ପ୍ରଫେସର ଆଇ. ରାମବ୍ରହ୍ମମଙ୍କୁ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଚୟନ କରିଛନ୍ତି।

ମଙ୍ଗଳବାର ଏନେଇ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ ପକ୍ଷରୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶାର ରେଜିଷ୍ଟାରଙ୍କୁ ଚିଠି ଲେଖି ସୂଚନା ଦିଆଯାଇଛି। ଚିଠିରେ ଲେଖାଯାଇଛି ଯେ, ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ ଅନୁସାରେ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ପ୍ରଫେସର ଆଇ. ରାମବ୍ରହ୍ମମ୍‌ଙ୍କୁ ବର୍ତ୍ତମାନ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତ କରାଯାଇଛି।

ସେ ଆଗାମୀ ୫ବର୍ଷ ପାଇଁ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଦାୟିତ୍ୱ ନିର୍ବାହ କରିବେ। ଯଦି ଏହି ପାଞ୍ଚ ବର୍ଷ ମଧ୍ୟରେ ତାଙ୍କର ବୟସ ୭୦ ବର୍ଷ ଅତିକ୍ରମ କରେ, ତେବେ ସେ ନିଜର ଅବସର ଗ୍ରହଣ କରିବେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

Comment