ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ବଲିଉଡର ସଞ୍ଜୁ ବାବା ସଞ୍ଜୟ ଦତ୍ତ ସବୁବେଳେ ନିଜର ଭିନ୍ନ ଭିନ୍ନ ଖବର ପାଇଁ ଚର୍ଚ୍ଚାରେ। ଏବେ ତାଙ୍କର ଆଉ ଗୋଟିଏ କଥା ତାଙ୍କୁ ପୁଣି ଥରେ ଚର୍ଚ୍ଚାକୁ ଆଣିଛି। ବଲିଉଡର ଆଗଧାଡ଼ିର ନାୟିକା କ୍ରିତି ସନନ୍ ତାଙ୍କର ୩୦୯ତମ ଗର୍ଲଫ୍ରେଣ୍ଡ ହୋଇପାରନ୍ତି ବୋଲି ସେ କହିଛନ୍ତି।

ବର୍ତ୍ତମାନ ସଞ୍ଜୟ ଦତ୍ତ ତାଙ୍କର ଆଗାମୀ ଫିଲ୍ମ ପାନିପଥକୁ ନେଇ ବେଶ୍ ବ୍ୟସ୍ତ ଅଛନ୍ତି। ତେଣୁ ଫିଲ୍ମର ପ୍ରମୋସନ ପାଇଁ ନିକଟରେ ସେ କପିଲ ଶର୍ମାଙ୍କ ସୋ’କୁ ଯାଇଥିଲେ। ଯେଉଁଠି କପିଲ ତାଙ୍କୁ ତାଙ୍କର ଗର୍ଲଫ୍ରେଣ୍ଡଙ୍କୁ ନେଇ ପ୍ରଶ୍ନ କରିଥିଲେ। ଯାହାର ଉତ୍ତର ଦେଇ ସଞ୍ଜୟ ଦତ୍ତ ମଜାରେ କହିଥିଲେ ଯେ, ସେ କ୍ରିତିଙ୍କ ଅଭିନୟ ଦେଖିବା ପରେ ସେ ବହୁତ ଖୁସି ହୋଇଯାଇଥିଲେ। ଏହାପରେ ସେ ତାଙ୍କୁ ତାଙ୍କର ୩୦୯ତମ ଗର୍ଲଫ୍ରେଣ୍ଡ କରିବାକୁ ଭାବିଥିଲେ। ସଞ୍ଜୟ ଦତ୍ତଙ୍କ ଏହି କଥା ଶୁଣି ସୋ’ରେ ସମସ୍ତେ ହସିବାକୁ ଲାଗିଥିଲେ।

ଗତବର୍ଷ ସଞ୍ଜୟ ଦତ୍ତଙ୍କ ଜୀବନୀ ଉପରେ ନିର୍ମିତ ହୋଇଥିବା ‘ସଞ୍ଜୁ’ ଫିଲ୍ମର ମୁଖ୍ୟ ଚରିତ୍ରରେ ରଣବୀର କପୁର ନଜର ଆସିଥିଲେ। ଏହି ଫିଲ୍ମରେ ସଞ୍ଜୟ ଦତ୍ତଙ୍କ ମୋଟ ୩୦୮ ଜଣ ଗର୍ଲଫ୍ରେଣ୍ଡ ଥିଲେ ବୋଲି କୁହାଯାଇଥିଲା। ଏହି ଫିଲ୍ମକୁ ନେଇ କପିଲ ତାଙ୍କ ସୋ’ରେ ତାଙ୍କର ୩୦୯ ତମ ଗର୍ଲଫ୍ରେଣ୍ଡ ବିଷୟରେ ପଚାରିଥିଲେ। ସଞ୍ଜୟ ଦତ୍ତ ଏହାର ଉତ୍ତର ମଜାଳିଆ ଅନ୍ଦାଜରେ ଦେଇଥିଲେ।

Comment