ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପି ଚିଦାମ୍ବରମକୁ ବୁଧବାର ସୁପ୍ରିମକୋର୍ଟରୁ ଜାମିନ ମିଳିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ହୋଇଥିବା ମାମଲାରେ ଏହି ଜାମିନ ମିଳିଛି। ଦୁଇ ଲକ୍ଷ ଟଙ୍କା ଓ ଦୁଇ ଜାମିନଦାରଙ୍କ ବଦଳରେ ତାଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି।

ଏହି ଜାମିନ ମିଳିବା ପରେ ତିହାର ଜେଲରୁ ଦୀର୍ଘ ୧୦୫ ଦିନରେ ପରେ ଚିଦାମ୍ବରମ ବାହାରିବେ।  ପୂର୍ବରୁ ସିବିଆଇ ପକ୍ଷରୁ ହୋଇଥିବା ମାମଲାରେ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଥିଲେ।

ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଅଗଷ୍ଟ ୨୧ରେ ସିବିଆଇ ଦ୍ୱାରା ଗିରଫ ହୋଇଥିଲେ ଚିଦାମ୍ବରମ।

Comment