ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିରାଶ ହୋଇଗଲେ ଅନେକ କ୍ରିକେଟ ପ୍ରେମୀ। ଡିସେମ୍ଵର ୨୨ ବାରବାଟୀ ଦିନିକିଆ ପାଇଁ ସରିଗଲା ଅନଲାଇନ ଟିକେଟ। ବୁକିଂ ହେବାର ଏକ ଘଣ୍ଟା ଭିତରେ ସବୁ ଟିକେଟ ସରିଯାଇଛି। ଏକ ଘଣ୍ଟା ମଧ୍ୟରେ ସରିଗଲା ୮ ହଜାର ୧୫୦ ଟିକେଟ।

ଆସନ୍ତା ୨୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଭାରତ-ଓ୍ଵେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ ପାଇଁ ଆଜିଠୁ ଅନଲାଇନ୍‌ ଟିକେଟ ବିକ୍ରି ଆରମ୍ଭ ହୋଇଥିଲା। ଏହି ଟିକେଟ ଡିସେମ୍ଵର ୫ରୁ ୧୫ ତାରିଖ ପର୍ଯ୍ୟନ୍ତ ବିକ୍ରି ହୋଇଥାନ୍ତା। ହେଲେ ପ୍ରଥମ ଦିନରେ ଗୋଟିଏ ଘଣ୍ଟା ମଧ୍ୟରେ ସରିଯାଇଛି ସବୁ ଟିକେଟ।

ଟିକେଟ ସରିଯିବା ଯୋଗୁଁ ନିରାଶ ହୋଇଛନ୍ତି ବହୁ କ୍ରିକେଟ ପ୍ରେମୀ। ଏହାସହ ୧୯ ଓ ୨୦ ତାରିଖରୁ ଷ୍ଟାଡିୟମ କାଉଣ୍ଟରରେ ଟିକେଟ ମିଳିବ। ଏବେ ଏହି ଦୁଇ ତାରଖକୁ ଅପେଷା କରିଛନ୍ତି କ୍ରିକେଟ ପ୍ରେମୀ।

Comment