ଓଡ଼ିଶାଲାଇଭ୍ ବ୍ୟୁରୋ

ଡିସେମ୍ବର ୨୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମ୍ୟାଚ୍ ଖେଳାଯିବ। ଏଥିଲାଗି ଗୁରୁବାରଠାରୁ ଅନଲାଇନରେ ବିକ୍ରି ହେବ ଟିକେଟ୍। ଗୁରୁବାର ଦିନ ୨ଟାରୁ ଲୋକମାନେ ଅନ୍‌ଲାଇନରେ ଟିକେଟ୍ କିଣିପାରିବେ।

ଲୋକମାନେ ପେଟିଏମ୍, ବୁକ୍ ମାଇଁ ସୋ’ ଜରିଆରେ ନିଜର ଟିକେଟ୍ କାଟିପାରିବେ। ବାରବାଟୀ ମ୍ୟାଚ୍ ପାଇଁ ମୋଟ୍ ୮୧୫୦ଟି ଅନଲାଇନ୍ ଟିକେଟ୍ ରଖାଯାଇଛି।

ଜଣେ ବ୍ୟକ୍ତି ନିଜର ପରିଚୟ ପତ୍ର ସହ ଅନଲାଇନ୍ ଜରିଆରେ ଟଙ୍କା ପଠାଇ ଟିକେଟ୍ ବୁକ୍ କରିପାରିବେ। ଜଣେ ଲୋକ ସର୍ବାଧିକ ୨ଟି ଟିକେଟ୍ କିଣିପାରିବେ। ତେବେ ଅନଲାଇନ୍ ବ୍ୟତୀତ ଡିସେମ୍ବର ୧୯ରୁ ଅଫ୍‌ଲାଇନରେ ବି ଟିକେଟ୍ କିଣିପାରିବେ କ୍ରିକେଟ୍‌ପ୍ରେମୀ।

Comment