ଓଡ଼ିଶାଲାଇଭ୍ ବ୍ୟୁରୋ

ମଣିଷ ଜୀବନରେ ଚାପ ବଢ଼ିବା ଏକ ସାଧାରଣ ସମସ୍ୟା। କିନ୍ତୁ, ଚାପ ବଢ଼ିଲେ ମଣିଷ ବିଭିନ୍ନ ସମସ୍ୟା ଦେଇ ଗତି କରେ ଯାହା ପରମୁହୂର୍ତ୍ତରେ ଚିନ୍ତାର କାରଣ ପାଲଟିଯାଏ। ତେଣୁ, ଚାପଗ୍ରସ୍ତ ବେଳେ ହେଉଥିବା ଲକ୍ଷଣ ଜାଣି ଆଗୁଆ ସାବଧାନ ରହିବା ଉଚିତ।

କାମକୁ ବରାବର ଡେରିରେ ପହଞ୍ଚିବା।

ଅନ୍ୟ ଲୋକଙ୍କୁ ଭେଟିଲେ ନ ହସି, ନମସ୍କାର ନ କରି ଗମ୍ଭୀର ହୋଇ ବସିବା।

ମୁଣ୍ଡ କୁଣ୍ଡେଇବା, ଦାଢ଼ି କାଟିବା, ସଫା ଜାମାପଟା ପିନ୍ଧିବାକୁ ମନ ନ କରିବା ମଇଳା ବା ଛିଣ୍ଡା ଲୁଗା ପିନ୍ଧିବା।

ଚିଡ଼ିଚିଡ଼ି ହେବା, ଟିକେ କଥାରେ ଅନ୍ୟକୁ ଧମକଚମକ ଦେଖେଇବା।

ଟିକେ କଥାରେ ଉତ୍ତେଜିତ ହୋଇ ଉଠିବା।

ସାମାନ୍ୟ କଥାରେ ଗଣ୍ଡଗୋଳ ସୃଷ୍ଟି କରିବା।

ତରତର ହୋଇ କଥା କହିବା ଓ କଥା କହିଲାବେଳେ ଅଧେ କଥା ଗିଳି ପକେଇଲା ପରି କହିବା।

ଅନ୍ୟକୁ ଦୋଷ ଦେବା ଏବଂ ସମସ୍ତଙ୍କ ପ୍ରତି ସନ୍ଦେହ ଓ ଅବିଶ୍ୱାସର ଭାବ ବଢ଼ିବା।

ଅନ୍ୟମାନଙ୍କ ପାଖକୁ ଯିବାଆସିବା ବନ୍ଦ ହୋଇଯାଏ।

ବିଶ୍ରାମ ସତ୍ତ୍ୱେ ଅବସାଦ, କ୍ଲାନ୍ତି ଓ ଶ୍ରାନ୍ତି କମିଯାଏ ନାହିଁ।

ସବୁବେଳେ ଶୋଇ ରହିବାକୁ ମନ ହୁଏ, ଅଥଚ ଭଲ ନିଦ ହୁଏ ନାହିଁ

ଝଡ଼ିଯାଇ ବହୁତ ଓଜନ କମିଯାଏ ବା ହଠାତ୍‌ ବହୁତ ମୋଟା ହୋଇଯିବାର ଦେଖାଯାଏ।

ସିଗାରେଟ୍‌ ପିଇବା, ମଦ ପିଇବା, ଭାଙ୍ଗ, ଗଞ୍ଜା ଓ ଅନ୍ୟାନ୍ୟ ନିଶାଦ୍ରବ୍ୟର ବ୍ୟବହାର ବଢ଼େ।

Comment