ଓଡ଼ିଶାଲାଇଭ୍ ବ୍ୟୁରୋ

‘‘ଯଦି ପ୍ରତିଶୋଧ ନେବା ନ୍ୟାୟ ତାହାଲେ ସେ ନ୍ୟାୟ ନ୍ୟାୟ ନୁହେଁ। ନ୍ୟାୟିକ ପ୍ରକ୍ରିୟାରେ ତରବରିଆ ନିଷ୍ପତ୍ତି କେବେ ଗ୍ରହଣୀୟ ନୁହେଁ। ପ୍ରତିଶୋଧ ପରାୟଣ ହୋଇଗଲେ ନ୍ୟାୟିକ ପ୍ରକ୍ରିୟାର ଚରିତ୍ରହାନୀ ହୋଇଥାଏ’’, ଏହା ହେଉଛି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡେଙ୍କ ମନ୍ତବ୍ୟ।

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଆଜି ରାଜସ୍ଥାନ ହାଇକୋର୍ଟର ନୂଆ କୋଠା ଉଦ୍‌ଘାଟନ କରିବାକୁ ଆସିଥିଲେ। ଏଠାରେ ସେ ଉଦ୍‌ବୋଧନ ଦେବା ଅବସରରେ ଏହି କଥା କହିଥିଲେ।

ପ୍ରଧାନ ବିଚାରପତି କୌଣସି ମାମଲା ଉପରେ ସିଧାସଳଖ ଟିପ୍ପଣୀ ଦେଇ ନଥିଲେ। କିନ୍ତୁ ପ୍ରଧାନ ବିଚାରପତିଙ୍କ ମନ୍ତବ୍ୟ ହାଇଦ୍ରାବାଦ ଏନ୍‌କାଉଣ୍ଟର ପ୍ରତି କିଛି ସଙ୍କେତ ଦେଇଥିବା କୁହାଯାଉଛି।

ମହିଳା ପଶୁ ଡାକ୍ତରଙ୍କୁ ଗଣଦୁଷ୍କର୍ମ ଏବଂ ଜୀଅନ୍ତା ଜାଳିଦେବା ଘଟଣାରେ ଗିରଫ ୪ ଜଣ ଅଭିଯୁକ୍ତଙ୍କୁ ହାଇଦ୍ରାବାଦ ପୋଲିସ ଏନ୍‌କାଉଣ୍ଟର କରିଥିଲା। ଏଥିରେ ସେମାନେ ପ୍ରାଣ ହରାଇଥିଲେ। ଏହି ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା ଜୋର୍‌ ଧରିଛି।

ପୋଲିସକୁ ମାମଲା ରଫା ଦଫା ପାଇଁ କିଏ ଅନୁମତି ଦେଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମୁମ୍ବାଇର କିଛି ଓକିଲ ଏନେଇ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଥିଲେ। ଏନ୍‌କାଉଣ୍ଟର ନାଁରେ ପୋଲିସ ୪ ଜଣଙ୍କୁ ହତ୍ୟା କରିଥିବା ଚିଠିରେ ଦର୍ଶାଇଥିଲେ।

Comment