ଓଡ଼ିଶାଲାଇଭ୍ ବ୍ୟୁରୋ
ଘରେ ପ୍ରସ୍ତୁତ କରନ୍ତୁ ନୂଆ ଆଇଟମ୍ ଅଣ୍ଡା ବେସର।
ସୋରିଷ ବଟା – ୨ ଚାମଚ ସୋରିଷରେ ଗୋଟେ ବୁଦା ରସୁଣ ପକାଇ ବାଟନ୍ତୁ।
ପ୍ରଥମେ ଗ୍ୟାସ୍ ଲଗାଇ କଡ଼େଇ ବସାନ୍ତୁ। କଡ଼େଇରେ ୩ ଚାମଚ ସୋରିଷ ତେଲ ପକାନ୍ତୁ। ତେଲ ଗରମ ହୋଇଗଲେ ସେଥିରେ ଫୁଟଣ ଓ ୨ଟି କଞ୍ଚାଲଙ୍କା ଲମ୍ବା ଲମ୍ବା କାଟି ପକାନ୍ତୁ। ଏବେ ଏଥିରେ ୨ଟି ପିଆଜକୁ କାଟି ପକାନ୍ତୁ। ପିଆଜ ହାଲକା ବାଦାମୀ ହୋଇଗଲେ ଏଥିରେ ବଟା ସୋରିଷକୁ ପକାନ୍ତୁ। ଏବେ ଗୋଟେ ଚାମଚ ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ ମିଶାନ୍ତୁ। ସ୍ୱାଦ ଅନୁସାରେ ଲୁଣ ପକାଇ ୪ଟି ଟମାଟୋ ବଟା ପକାନ୍ତୁ।
ଏହି ମସଲା ବଟା ମିଶାଇ ଦେଲେ ଗୋଟେ କପ୍ ପାଣି ମିଶାନ୍ତୁ। ଏହି ମସଲା ଫୁଟିଗଲା ପରେ ଏଥିରେ ସିଝା ଅଣ୍ଡା ୫ଟି ପକାନ୍ତୁ (ଏଥିରେ ଅଣ୍ଡାକୁ ସିଝାଇ ଭାଜିବା ନାହିଁ)। ପାଞ୍ଚ ମିନିଟ୍ ଫୁଟିଗଲା ପରେ ପ୍ରସ୍ତୁତ ହୋଇଗଲା ଅଣ୍ଡା ବେସର।