ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୦ ମିନିଟ୍‌ରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ଏବଂ ସ୍ୱାସ୍ଥ୍ୟକର ସ୍ନାକ୍ସ ଉତ୍ତପମ୍‌।

ସନ୍ଧ୍ୟାରେ କିଛି ଚଟାପଟ୍‌ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। ଏଥିପାଇଁ ଲୋକେ ଚାଟ୍‌, ଗୁପ୍‌ଚୁପ୍‌, ବର୍ଗର ଓ ମୋମୋ ଭଳି ଫାଷ୍ଟଫୁଡ୍‌ ଖାଇଥା’ନ୍ତି। ଏହା ଖାଇବାକୁ ଟେଷ୍ଟି, ହେଲେ ସ୍ଵାସ୍ଥ୍ୟକୁ କ୍ଷତି ପହଞ୍ଚାଇଥାଏ। ଆମେ ଆପଣଙ୍କୁ ଏମିତି ଏକ ରୋଷେଇ ବିଷୟରେ କହୁଛୁ ଯାହା ଖାଇବାକୁ ଯେତିକି ଟେଷ୍ଟି ସ୍ୱାସ୍ଥ୍ୟ ପାଇଁ ବି ବେଶ୍‌ଲାଭଦାୟକ।

ସାମଗ୍ରୀ – ସୁଜି, ଦହି, ଘିଅ, ପିଆଜ, କ୍ୟାପ୍ସିକମ୍‌, ଟମାଟୋ, ପନିର, କଞ୍ଚା ଲଙ୍କା, ଧନିଆ ପତ୍ର ଓ ସ୍ଵାଦଅନୁସାରେ ଲୁଣ

ପ୍ରଣାଳୀ

ପ୍ରଥମେ ଗୋଟେ ପାତ୍ରରେ ସୁଜି ଓ ଦହି ମିଶାଇ ଦିଅନ୍ତୁ। ଏହି ମିଶ୍ରଣକୁ ୧ଘଣ୍ଟା ପାଇଁ ଛାଡ଼ି ଦିଅନ୍ତୁ।

ଏବେ ଗ୍ୟାସ୍‌ରେ ପ୍ୟାନ୍‌ ବସାନ୍ତୁ। ପ୍ୟାନ୍‌ ଗରମ ହୋଇଗଲେ ଏଥିରେ ଗୋଟେ ଚାମଚ ତେଲ ପକାଇ ପ୍ୟାନ୍‌ରେ ଖେଳେଇ ଦିଅନ୍ତୁ। ବର୍ତ୍ତମାନ ସୁଜି ଦହି ମିଶ୍ରଣକୁ ପ୍ୟାନ୍‌ରେ ଢାଳି ଚକୁଳି ଭଳି ଗୋଲ ଗୋଲ କରିଦିଅନ୍ତୁ।

ଏବେ ଏହି ଚକୁଳି ଉପରେ ପିଆଜ, କ୍ୟାପ୍‌ସିକମ୍‌, ଟମାଟୋ, ପନିର, କଞ୍ଚାଲଙ୍କା, ଧନିଆପତ୍ରକୁ କାଟି ଉପରେ ରଖନ୍ତୁ। ଶେଷରେ ଗୋଟେ ଚାମଚ ଘିଅ ଚକୁଳିର ଚାରିପଟେ ପକାଇ ଦିଅନ୍ତୁ। ଏବେ ଗ୍ୟାସ୍‌କୁ ମଧ୍ୟମ ଆଞ୍ଚରେ ରଖନ୍ତୁ। ବର୍ତ୍ତମାନ ସେହି ଚକୁଳିକୁ ଲେଉଟାଇ ଦିଅନ୍ତୁ। ଯେତେବେଳେ ଚକୁଳିର ରଙ୍ଗ ବାଦାମୀ ଓ ପରିବା ସିଝି ଗଲା ଭଳି ହୋଇଯିବ, ଏହାକୁ ପ୍ୟାନ୍‌ରୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଟେଷ୍ଟି ଉତ୍ତପମ୍‌।

Comment