ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁପ୍ରିମକୋର୍ଟରେ ପହଞ୍ଚିଲା ହାଇଦ୍ରାବାଦ ଏନକାଉଣ୍ଟର ମାମଲା। ଶନିବାର ଦୁଇ ବରିଷ୍ଠ ଓକିଲ ଜିଏସ୍‌ ମଣି ଏବଂ ପ୍ରଦୀପ କୁମାର ଯାଦବ ସୁପ୍ରିମକୋର୍ଟର ଦ୍ୱାରସ୍ତ ହୋଇଛନ୍ତି। ଏନକାଉଣ୍ଟରକୁ ନେଇ ସୁପ୍ରିମକୋର୍ଟ ୨୦୧୪ରେ ଦେଇଥିବା  ଗାଇଡ଼ଲାଇନକୁ ପୋଲିସ ପାଳନ କରିନଥିବା ଦୁଇ ଓକିଲ ଦାବି କରିଛନ୍ତି।

ସେଥିପାଇଁ ଏହି ଏନକାଉଣ୍ଟରେ ସାମିଲ ଥିବା ପୋଲିସକର୍ମୀଙ୍କ ବିରୋଧରେ ଏଫ୍‌ଆଇଆର୍‌, ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ଦାବି କରି ଦୁଇ ଓକିଲ ପିଟିସନ ଦାଖଲ କରିଛନ୍ତି।

ଏହା ଛଡା ପୋଲିସ ଏନକାଉଣ୍ଟରକୁ ନେଇ କୋର୍ଟରେ ଅନ୍ୟ ଏକ ପିଟିସନ ମଧ୍ୟ ଦାଖଲ ହୋଇଛି। ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏକ ଏସଆଇଟି ଗଠନ କରି ଘଟଣାର ତଦନ୍ତ କରିବାକୁ ଏଥିରେ ଆବେଦନ ହୋଇଛି। ଏହି ଆବେଦନ ବରିଷ୍ଠ ଆଇନଜୀବୀ ଏମ୍‌ ଏଲ୍‌ ଶର୍ମା କରିଛନ୍ତି।

Comment