ଓଡ଼ିଶାଲାଇଭ୍ ବ୍ୟୁରୋ

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପତ୍ନୀ ସବିତା କୋବିନ୍ଦ ଏବଂ ଝିଅ ଶ୍ୱେତା କୋବିନ୍ଦ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି। ମନ୍ଦିର ପରିସରରେ ଥିବା ସିଦ୍ଧି ବିନାୟକ, ଦେବୀ ପାର୍ବତୀ, ଦେବୀ ଭୁବନେଶ୍ୱରୀ ଏବଂ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଥିଲେ। ମନ୍ଦିର ଭିତରେ ପ୍ରାୟ ୨୫ ମିନିଟ୍‌ ଧରି ରହିଥିଲେ।

କମିସନରେଟ୍‌ ପୋଲିସ ପକ୍ଷରୁ ଲିଙ୍ଗରାଜ ମନ୍ଦିରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ମନ୍ଦିର ପ୍ରଶାସନ ତରଫରୁ ସୁବ୍ୟବସ୍ଥା କରାଯାଇଥିଲା। ଅପରାହ୍ଣ ୨ଟା ପରଠୁ ସାଢ଼େ ୩ଟା ଯାଏଁ ଭକ୍ତମାନଙ୍କୁ ମନ୍ଦିରକୁ ଛଡ଼ା ଯାଇ ନଥିଲା।

ମନ୍ଦିର ବାହାରେ ଶହ ଶହ ଭକ୍ତ ଅପେକ୍ଷା କରି ରହିଥିବାରୁ ରାଷ୍ଟ୍ରପତିଙ୍କ ପତ୍ନୀ ଦୁଃଖ ପ୍ରକାଶ କରିଥିଲେ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିଲେ। ତାଙ୍କ ସହ ଝିଅ ଏବଂ ପତ୍ନୀ ମଧ୍ୟ ଆସିଥିଲେ। ରାଷ୍ଟ୍ରପତି ଖୋର୍ଦ୍ଧା ବରୁଣେଇରେ ପାଇକ ବିଦ୍ରୋହ ସ୍ମାରକର ଶିଳାନ୍ୟାସ କରିବା ସହ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍‌ ଜୁବୁଲିରେ ଯୋଗ ଦେଇଥିଲେ।

Comment