ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୃହମନ୍ତ୍ରୀ ଅମିତ ଶାହ ଆଜି ଲୋକସଭାରେ ନାଗରିକତା ସଂଶୋଧନ ବିଲ୍ ଉପସ୍ଥାପନ କରିବେ। ଏହି ବିଲ୍‌କୁ ବିରୋଧୀ ଜୋରସୋର ବିରୋଧ କରୁଥିଲା ବେଳେ ମୋଦୀ ସରକାର କିନ୍ତୁ ଗୃହରେ ଏହି ବିଲ୍‌କୁ ପାସ୍‌ କରିବାକୁ ଚେଷ୍ଟା ଚଳାଇଛନ୍ତି। କଂଗ୍ରେସ, ଟିଏମସି ଭଳି କେତେକ ପ୍ରମୁଖ ବିରୋଧୀ ଦଳ ଏହାକୁ ବିରୋଧ କରୁଛନ୍ତି।

ଲୋକସଭାରେ ଆଜି ବିଲକୁ ଅନୁମୋଦନ ମିଳିପାରେ। କାରଣ ଲୋକସଭାରେ ମୋଦୀ ସରକାରଙ୍କ ପାଖରେ ସଂଖ୍ୟାର ଅଭାବ ନାହିଁ। କିନ୍ତୁ ରାଜ୍ୟସଭାରେ ବିଲକୁ ଅନୁମୋଦନ ପାଇଁ ମୋଦୀ ସରକାରଙ୍କୁ ସମସ୍ୟା ହୋଇପାରେ।  ଆବଶ୍ୟକ ସଂଖ୍ୟା ନଥିବାରୁ ସରକାର ପାଇଁ ଏହା ମୁଣ୍ଡବିଧାର କାରଣ। ଅନ୍ୟପକ୍ଷରେ ଏହି ବିଲକୁ ସମର୍ଥନ ଲାଗି ମୋଦୀ ସରକାର ବିଜେଡି, ଟିଆରଏସ୍ ଭଳି ସହ ଆଲୋଚନା କରିଛନ୍ତି।

Comment