ଓଡ଼ିଶାଲାଇଭ୍ ବ୍ୟୁରୋ

ହାଇଦ୍ରାବାଦ ପୋଲିସ ଏନ୍‌କାଉଣ୍ଟରକୁ ନେଇ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଆର୍‌ ଏମ୍‌ ଲୋଧା।

ଜାତୀୟ ମାନବାଧିକାର ଦିବସ ଉପରେ ଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଜଷ୍ଟିସ୍‌ ଲୋଧା କହିଥିଲେ ଯେ ଗୋଟିଏ ପଟେ ମାନବାଧିକାର ଅକ୍ଷୁର୍ଣ୍ଣ ରଖିବାକୁ ସଂଘର୍ଷ ଚାଲିଥିବା ବେଳେ ଅନ୍ୟପଟେ ଦେଶରେ ଅରାଜକତାର ମାହୋଲ ସୃଷ୍ଟି ହୋଇଛି। ତେଲେଙ୍ଗାନା ଘଟଣା ହେଉଛି ଏହାର ସଦ୍ୟତମ ଉଦାହରଣ।

ପୋଲିସ ଏନ୍‌କାଉଣ୍ଟର ଉପରେ ପ୍ରଶ୍ନ ଉଠାଇ ଲୋଧା କହିଥିଲେ, ‘‘ଏହି ଘଟଣାକୁ ଜଣେ ମନ୍ତ୍ରୀ ଠିକ୍‌ ବୋଲି କହୁଛନ୍ତି। ଏଣୁ ଆମେ ଆମ ମାନବାଧିକାର ସୁରକ୍ଷିତ ବୋଲି କେମିତି ଆଶା କରିବା? ଆମେ ଏବେ ସେହି ସଭ୍ୟାତା ଆଡେ ଗତି କରୁଛେ ଯେଉଁଠି ନ୍ୟାୟ ପାଇଁ ହିଂସାକାଣ୍ଡ ହେଉଛି ଏବଂ ମଣିଷ ପ୍ରତିଶୋଧ ପରାୟଣ ହୋଇଯାଉଛି।’’

ପୋଲିସ ବିଭାଗରେ ସଂସ୍କାର ଆଣିବାକୁ ୩୦ ବର୍ଷ ତଳେ ସୁପ୍ରିମକୋର୍ଟ କହିଥିଲେ। ହେଲେ ଏହି ବ୍ୟବସ୍ଥା ଶୀତଳ ଭଣ୍ଡାରରେ ପଡ଼ି ରହିଥିବା ଲୋଧା କହିଥିଲେ।

ମାମଲା ଶୁଣାଣିରେ ବିଳମ୍ବ ହେଉଥିବାରୁ ଜଷ୍ଟିସ୍‌ ଲୋଧା ସାଇଣ୍ଟିଫିକ୍‌ ତଦନ୍ତ ଏବଂ ଅଭିଜ୍ଞ ଅଫିସରଙ୍କ ଅଭାବକୁ ଦାୟୀ କରିଥିଲେ। ନ୍ୟାୟପାଳିକା ପାଇଁ ସରକାର ପର୍ଯ୍ୟାପ୍ତ ଅର୍ଥ ଦେଉ ନାହାନ୍ତି। ବଜେଟ୍‌ ବ୍ୟବସ୍ଥାରେ ନ୍ୟାୟ ପାଳିକା ପାଇଁ ଆଖିଦୃଶିଆ ବଜେଟ ବ୍ୟୟବରାଦ ହେଉ ନଥିବା ସେ କହିଥିଲେ।

Comment