ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ଦୀପିକା ପାଦୁକୋନଙ୍କ ଆଗାମୀ ଫିଲ୍ମ ‘ଛପାକ୍’ର ଟ୍ରେଲର ମଙ୍ଗଳବାର ରିଲିଜ୍ ହୋଇଛି। ଏଥିରେ ଦର୍ଶକ ଜଣେ ଏସିଡ୍ ଆକ୍ରମଣର ଶିକାର ହୋଇଥିବା ପୀଡ଼ିତାଙ୍କ କାହାଣୀ ଦେଖିବାକୁ ପାଇବେ।

ଦୀପିକାଙ୍କ ଏହି ଫିଲ୍ମଟି ଏକ ସତ୍ୟ ଘଟଣା ଉପରେ ନିର୍ମାଣ କରାଯାଇଛି। ଫିଲ୍ମରେ ଦୀପିକା ଜଣେ ଏସିଡ ପୀଡ଼ିତାଙ୍କ ଚରିତ୍ରରେ ଅଭିନୟ କରିଛନ୍ତି।

୨୦୦୫ ମସିହାରେ ଦିଲ୍ଲୀରେ ଗୋଟିଏ ଝିଅ ଉପରେ ଏସିଡ୍ ଆକ୍ରମଣ ଏବଂ ତା’ ପରବର୍ତ୍ତୀ ଜୀବନର ସଂଘର୍ଷର କାହାଣୀକୁ ନେଇ ଦର୍ଶକ ଏହି ଫିଲ୍ମ ନିର୍ମାଣ ହୋଇଛି।

ଟ୍ରେଲରକୁ ଲୋକମାନେ ବେଶ୍ ପସନ୍ଦ କରିଛନ୍ତି। ଫିଲ୍ମରେ ଦୀପିକାଙ୍କର ଜବରଦସ୍ତ ଅଭିନୟ ରହିଛି। ବିଶେଷ କରି ଜଣେ ଏସିଡ୍ ପୀଡ଼ିତା ଭାବେ ତାଙ୍କର ସ୍ୱତନ୍ତ୍ର ମେକଅପ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଫିଲ୍ମର ମୁଖ୍ୟଚରିତ୍ରରେ ଦୀପିକାଙ୍କ ସହ ଗୋବିନ୍ଦ ସିଂହ ସାନ୍ଧୁ ନଜର ଆସିବେ। ଫିଲ୍ମଟିକୁ ମେଘନା ଗୁଲଜାର ନିର୍ଦ୍ଦେଶନା ଦେଇଥିବାବେଳେ ଏହା ଆସନ୍ତା ଜାନୁଆରୀ ମାସ ୧୦ ତାରିଖରେ ରିଲିଜ ହେବ।

Comment