ଓଡ଼ିଶାଲାଇଭ୍ ବ୍ୟୁରୋ

ଜଳଖିଆ ଖାଇବାକୁ ପ୍ରାୟ ସମସ୍ତେ ଭଲପା’ନ୍ତି। ଏଥିପାଇଁ ଲୋକମାନେ ବାହାରେ ମିଳୁଥିବା ବରା, ପିଆଜି ଖାଇଥା’ନ୍ତି। ହେଲେ ଆପଣ ବ୍ରେଡ୍‌ରେ ତିଆରି ଏକ ନୂଆ ଏବଂ ମଜେଦାର ଖାଇବା ପ୍ରସ୍ତୁତି କରି ନିଜ ସନ୍ଧ୍ୟାକୁ ଚଟ୍‌ପଟା କରିପାରିବେ। ଜାଣନ୍ତୁ, କେମିତି ପ୍ରସ୍ତୁତ କରିବେ ବ୍ରେଡ୍‌ ଚପ୍‌।

ସାମଗ୍ରୀ

ବ୍ରେଡ୍‌ – ୬ଟି

ବେସନ – ୫ ଚାମଚ

କ୍ଷୀର ଆବଶ୍ୟକ ଅନୁଯାୟୀ

ଚିନି – ୨ ଚାମଚ

ପ୍ରଣାଳୀ

୬ଟି ବ୍ରେଡ୍‌ ଆଣନ୍ତୁ, ଏହାକୁ ତିନିକଣିଆ ଆକାରରେ କାଟି ଦିଅନ୍ତୁ।

ଆଉ ଗୋଟେ ପାତ୍ରରେ ବେସନ ପାଞ୍ଚ ଚାମଚ ନେବା। ସେଥିରେ ଆବଶ୍ୟକ ମୁତାବକ କ୍ଷୀର ମିଶାଇବା, ଯେପରି ବେସନର ଆଣ ବହଳିଆ ହେବ। ଏବେ ଏଥିରେ ଅଧ ଚାମଚରୁ ଅଳ୍ପ ପାନମଧୁରୀ ମିଶାଇବା। ଚିନି ୨ ଚାମଚ ମିଶାଇବା। ଶେଷରେ ଅଳ୍ପ ଲୁଣ ପକାଇ ଘୋଳକୁ ମିଶାଇବା।

ଏବେ ଗ୍ୟାସ୍‌ ଲଗାଇ କଡ଼େଇ ବସାଇବା। କଡ଼େଇରେ ଛାଣିବା ପାଇଁ ତେଲ ପକାଇବେ। ଏବେ ସେହି ବ୍ରେଡ୍‌କୁ ବେସନ ମିଶ୍ରିତ ଆଣରେ ମିଶାଇ ଛାଣିବା। ବ୍ରେଡ୍‌ ଟିକେ ବାଦାମୀ ହୋଇଗଲେ ତାକୁ କାଢ଼ିଦେବା।

Comment