ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାଣନ୍ତୁ, କେମିତି ପ୍ରସ୍ତୁତ କରିବେ ବ୍ରେଡ୍‌ ଉତ୍ତପମ୍‌।

ଗୋଟେ ପାତ୍ରରେ ସୁଜି ଗୋଟେ କପ୍‌, ଦହି ଗୋଟେ କପ୍‌ ଏବଂ ୨ ଚାମଚ ପାଣି ମିଶାଇ ଗୋଳାଇ ଦିଅନ୍ତୁ। ଏବେ ଏଥିରେ ସ୍ୱାଦ ଅନୁସାରେ ଲୁଣ ମିଶାନ୍ତୁ।

ଏବେ ବ୍ରେଡ୍‌ର ଚାରିପଟ କାଟି ଦିଅନ୍ତୁ।

ଅନ୍ୟପଟେ ଗ୍ୟାସ୍‌ରେ ଗୋଟେ ତାଓ୍ୱା ରଖନ୍ତୁ। ଏଥିରେ ତେଲ ଗୋଟେ ଚାମଚ ପକାନ୍ତୁ। ବର୍ତ୍ତମାନ ଗ୍ୟାସ୍‌କୁ କମ୍‌ ଆଞ୍ଚରେ ରଖନ୍ତୁ। ଏବେ ପୂର୍ବରୁ ପ୍ରସ୍ତୁତ କରିଥିବା ସୁଜି ଦହି ମିଶ୍ରଣରେ ବ୍ରେଡ୍‌କୁ ବୁଡ଼ାଇ ତାଓ୍ଵାରେ ରଖନ୍ତୁ। ଏହି ବ୍ରେଡ୍‌ ଉପରେ କଟା ପିଆଜ, ଟମାଟୋ, କଞ୍ଚାଲଙ୍କା ଓ ଧନିଆପତ୍ର ପକାନ୍ତୁ।

ବ୍ରେଡ୍‌ର ଗୋଟେ ପଟ ବାଦାମୀ ରଙ୍ଗର ହୋଇଗଲେ ବ୍ରେଡ୍‌କୁ ଲେଉଟାଇ ଦିଅନ୍ତୁ। ଏବେ ଟିକେ ତେଲ ବ୍ରେଡ୍‌ର ଚାରିପଟେ ବୁଲେଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ବ୍ରେଡ୍‌ ଉତ୍ତପମ୍‌। ଏହାକୁ ଆପଣ ଦହି ସହ ଖାଇପାରିବେ।

Comment