ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକସ୍ଥିତ ଜାତୀୟ କବି ବୀରକିଶୋର ମହାବିଦ୍ୟାଳୟରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। କଲେଜର ସାମ୍ସ ଲାବ୍ରୋଟେରୀରେ ଖାଲି ପଡ଼ିଥିବା ଡାଟା ଏଣ୍ଟ୍ରି ଅପରେଟର ପଦବୀ ପାଇଁ ଏହି ନିଯୁକ୍ତି ଦିଆଯିବ। ଇଚ୍ଛୁକ ପ୍ରାର୍ଥୀମାନେ ଡିସେମ୍ଵର ୧୭ ତାରିଖରେ ଇଣ୍ଟରଭ୍ୟୁରେ ଯୋଗ ଦେଇ ପାରିବେ।

ଶିକ୍ଷାଗତ ଯୋଗ୍ୟତା

  • ଗ୍ରାଜୁଏସନ ପାସ୍‌ କରିଥିବା ଦରକାର।
  • କମ୍ପ୍ୟୁଟର ଜ୍ଞାନ ମଧ୍ୟ ଥିବା ଆବଶ୍ୟକ।

ଇଣ୍ଟରଭ୍ୟୁ ତାରିଖ ଓ ସମୟ

୧୭ ଡିସେମ୍ଵର ୨୦୧୯ ( ସକାଳ ୧୦ଟା)

ପ୍ରାର୍ଥୀମାନେ ଇଣ୍ଟରଭ୍ୟୁରେ ଯୋଗ ଦେବା ପାଇଁ ୧୭ ଡିସେମ୍ଵରରେ ସକାଳ ୯ଟା ୩୦ ମିନିଟରେ ପହଞ୍ଚିବା ଆବଶ୍ୟକ। ଏହାସହ ସାଙ୍ଗରେ ନିଜର ସମସ୍ତ ଶିକ୍ଷାଗତ ପ୍ରମାଣପତ୍ର ନେଇ ଆସିବାକୁ ପଡ଼ିବ। ଅଧିକ ତଥ୍ୟ ପାଇଁ ଓ୍ଵେବସାଇଟ୍‌ www.jkbkgovtcollege.ac.in କୁ ଯାଇ ପାରିବେ।

Comment