ଓଡ଼ିଶାଲାଇଭ୍ ବ୍ୟୁରୋ

ଷ୍ଟାରପ୍ଲସ୍‌ରେ ପ୍ରସାରିତ ଲୋକପ୍ରିୟ ରୋଷେଇଭିତ୍ତିକ ରିଆଲିଟି ସୋ’ ‘ମାଷ୍ଟରସେଫ୍‌ ଇଣ୍ଡିଆ’ର ଅଡିସନ୍‌ରେ ନିଜ ସ୍ଥାନ ଅକ୍ତିଆର କରିଛନ୍ତି ଓଡ଼ିଆ ପୁଅ ଅବିନାଶ ନାୟକ। ଅବିନାଶ ହେଉଛନ୍ତି ପ୍ରଥମ ଓଡ଼ିଆ ଯିଏ ମାଷ୍ଟରସେଫ୍‌ ଇଣ୍ଡିଆରେ ଚୟନ ହୋଇଛନ୍ତି। ଅଡିସନ୍‌ ରାଉଣ୍ଡରେ ନିଜ ରୋଷେଇ ଯାଦୁରେ ସେ ତିନି ବିଚାରପତିଙ୍କ ମନ କିଣିନେଇଛନ୍ତି।

୨୭ ବର୍ଷୀୟ ଏହି ସେଫ୍‌ ଅଡିସନ୍‌ ରାଉଣ୍ଡରେ ଓଡ଼ିଶାର ଫେମସ୍‌ ଖାଦ୍ୟ ଚିକେନ୍‌ ବେସର ପ୍ରଦର୍ଶନ କରିଥିଲେ। ତାଙ୍କ ଖାଦ୍ୟକୁ ସୋ’ର ଜଜ୍‌ ବିକାଶ ଖନ୍ନା, ରଣବୀର ବ୍ରାର ଓ ବିନିତ୍‌ ଭାଟ୍ଟିଆ ପସନ୍ଦ କରିଛନ୍ତି।

ଅଡିସନ୍‌ରେ ଅବିନାଶ ଓଡ଼ିଶାର ପାରମ୍ପରିକ ବେସରକୁ ଏକ ନୂତନ ଷ୍ଟାଇଲ୍‌ରେ ପରିବେଷଣ କରିଥିଲେ। ପାରମ୍ପରିକ ବ୍ୟଞ୍ଜନକୁ ଆଧୁନିକ ସ୍ପର୍ଶ ଦେଇଥିବାରୁ ତିନି ଜଜ୍‌ଙ୍କ ଦ୍ଵାରା ସେ ପ୍ରଶଂସିତ ହୋଇଛନ୍ତି। ତାଙ୍କ ଡିସ୍‌ ଖାଇବା ପରେ ସୋ’ର ଜଜ୍‌ ବିକାଶ କହିଥିଲେ, ‘‘ଜୟ ହୋ ଓଡ଼ିଶା’’।

Comment