ଓଡ଼ିଶାଲାଇଭ୍‌ ବ୍ୟୁରୋ

ଷ୍ଟାରପ୍ଲସ୍‌ରେ ପ୍ରସାରିତ ରିଆଲିଟି ସୋ’ ‘ମାଷ୍ଟରସେଫ୍‌ ଇଣ୍ଡିଆ’ର ସିଜନ୍‌ ୬ର ବିଜେତା ହୋଇଛନ୍ତି ଓଡ଼ିଆ ପୁଅ ଅବିନାଶ। ପ୍ରଥମ ଓଡ଼ିଆ ଭାବେ ସେ ମାଷ୍ଟରସେଫ୍‌ର ମୁକୁଟ ପିନ୍ଧିଛନ୍ତି। ପୁରସ୍କାର ସୂରପ ତାଙ୍କୁ ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।

ଅଡିସନ୍‌ ରାଉଣ୍ଡରେ ପାରମ୍ପାରିକ ରୋଷେଇରେ ବିଦେଶୀ ତଡ଼କା ଦେଇ ସେ ତିନି ବିଚାରପତିଙ୍କ ମନ ଜିଣିଥିଲେ। ଏହାପରେ ଗୋଟିଏ ପରେ ଗୋଟିଏ ସୋପାନ ଅତିକ୍ରମ କରି ସେ ଫାଇନାଲରେ ପହଞ୍ଚିଛନ୍ତି। ଫାଇନାଲ ରାଉଣ୍ଡରେ ସେ ଓଡ଼ିଶାର ପ୍ରସିଦ୍ଧ ଖେଚୁଡ଼ି, ମୁଗ ଓ ମାଛ ତରକାରୀ ରୋଷେଇ କରି ତିନି ବିଚାରପତିଙ୍କ ମନ ଜିଣିଥିଲେ।

ଅଡିସନ ରାଉଣ୍ଡରେ ଅବିନାଶ ‘ଚିକେନ ବେସର’ ପ୍ରସ୍ତୁତ କରିଥିଲେ, ଯାହା ତିନି ବିଚାରପତିଙ୍କୁ ଖୁବ୍‌ ଭଲ ଲାଗିଥିଲା। ଏହି ରୋଷେଇକୁ ଟେଷ୍ଟ କରିବା ପରେ ସେଫ୍‌ ବିକାଶ କହିଥିଲେ ‘ଜୟ ହୋ ଓଡ଼ିଶା’। ଅବିନାଶଙ୍କ ଘର ଗଞ୍ଜାମର ଆସ୍କାରେ। ସେ ଇନ୍‌ଫୋସିସ୍‌ରେ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଅଛନ୍ତି।

Comment