ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଓଡ଼ିଆ ଖାଦ୍ୟ ଖେଚୁଡ଼ି, ମୁଗ ଓ ମାଛ ତରକାରୀ ରାନ୍ଧି ଫାଇନାଲ ରାଉଣ୍ଡରେ ପହଞ୍ଚିଲେ ଅବିନାଶ ନାୟକ।
ଷ୍ଟାରପ୍ଲସ୍ରେ ପ୍ରସାରିତ ରିଆଲିଟି ସୋ’ ‘ମାଷ୍ଟରସେଫ୍ ଇଣ୍ଡିଆ’ର ସିଜନ୍ ୬ର ଫାଇନାଲରେ ନିଜ ସ୍ଥାନ ଅକ୍ତିଆର କରିଛନ୍ତି ଓଡ଼ିଆ ପୁଅ ଅବିନାଶ ନାୟକ। ଅବିନାଶ ହେଉଛନ୍ତି ପ୍ରଥମ ଓଡ଼ିଆ ଯିଏ ମାଷ୍ଟରସେଫ୍ ଇଣ୍ଡିଆରେ ଫାଇନାଲ ଟିକେଟ୍ ପାଇଛନ୍ତି।
ଅଡିସନ୍ ରାଉଣ୍ଡରେ ପାରମ୍ପାରିକ ରୋଷେଇରେ ବିଦେଶୀ ତଡ଼କା ଦେଇ ସେ ତିନି ବିଚାରପତିଙ୍କ ମନ ଜିଣିଥିଲେ। ଏହାପରେ ଗୋଟିଏ ପରେ ଗୋଟିଏ ସୋପାନ ଅତିକ୍ରମ କରି ସେ ଫାଇନାଲରେ ପହଞ୍ଚିଛନ୍ତି। ଫାଇନାଲ ରାଉଣ୍ଡରେ ସେ ଓଡ଼ିଶାର ପ୍ରସିଦ୍ଧ ଖେଚୁଡ଼ି, ମୁଗ ଓ ମାଛ ତରକାରୀ ରୋଷେଇ କରି ତିନି ବିଚାରପତିଙ୍କ ମନ ଜିଣିଥିଲେ।
ଅଡିସନ ରାଉଣ୍ଡରେ ଅବିନାଶ ‘ଚିକେନ ବେସର’ ପ୍ରସ୍ତୁତ କରିଥିଲେ, ଯାହା ତିନି ବିଚାରପତିଙ୍କୁ ଖୁବ୍ ଭଲ ଲାଗିଥିଲା। ଏହି ରୋଷେଇକୁ ଟେଷ୍ଟ କରିବା ପରେ ସେଫ୍ ବିକାଶ କହିଥିଲେ ‘ଜୟ ହୋ ଓଡ଼ିଶା’।
ଅବିନାଶଙ୍କ ଘର ଗଞ୍ଜାମର ଆସ୍କାରେ। ସେ ଇନ୍ଫୋସିସ୍ରେ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଅଛନ୍ତି।