ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇସ୍ରୋର ସବୁଠାରୁ ଶକ୍ତିଶାଳୀ ପ୍ରତିରକ୍ଷା ସାଟେଲାଇଟ୍‌ RISAT-2 BR1ର ସଫଳ ଉତ୍‌କ୍ଷେପଣ ହୋଇଛି। ବୁଧବାର ଅପରାହ୍‌ଣ ୩ଟା ୨୫ରେ ବେଙ୍ଗାଳୁରୁ ଶୀହରିକୋଟାରୁ PSLV-C48 ଲଞ୍ଚ୍‌ ଭେଇକଲ୍‌ ସାହାଯ୍ୟରେ ଏହି ସାଟେଲାଇଟ୍‌କୁ ଉତ୍‌କ୍ଷେପଣ କରାଯାଇଛି। ରିସାଟ୍‌-2BR1 ସହ ଅନ୍ୟ ୯ଟି ବାଣିଜ୍ୟିକ ସାଟେଲାଇଟ୍‌ ମଧ୍ୟ ଲଞ୍ଚ୍‌ କରାଯାଇଥିବା ସୂଚନା ମିଳିଛି।

ରାଡାର ଇମେଜିଂ ସାଟେଲାଇଟ୍‌ ସିରିଜର ଚତୁର୍ଥ ଉପଗ୍ରହ ହେଉଛି ରିସାଟ୍‌-2BR1। ଏହା ପୃଥିବୀ ପୃଷ୍ଠର ୫୭୬ କିଲୋମିଟର ଦୁରରେ ଅବସ୍ଥାପିତ କରିବ। ଏହି ସାଟେଲାଇଟ୍‌ ଦିନ ରାତି ୨୪ ଘଣ୍ଟା ଏବଂ ପ୍ରତିକୂଳ ପାଗରେ ମଧ୍ୟ କାମ କରିବାର କ୍ଷମତା ରଖିଛି। ଏହା ମାଇକ୍ରୋ ଫ୍ରିକ୍ୟୁଏନ୍ସି ଉପରେ କାମ କରି ପୃଥିବୀ ପୃଷ୍ଠର ଛବି ଉତ୍ତୋଳନ କରିବ। ଏଥିପାଇଁ ଏହାକୁ ଇମେଜିଂ ରାଡାର ସାଟେଲାଇଟ୍‌ କୁହାଯାଉଛି।

ଏହା ଦେଶର ପ୍ରତିରକ୍ଷା ବିଭାଗ ପାଇଁ ବେଶ୍‌ ସହାୟକ ହେବ। ମହାକାଶରୁ ଦେଶରେ ସୀମାନେ ଅନୁପ୍ରବେଶକାରୀଙ୍କ ଗତିବିଧି ଉପରେ ନଜର ରଖିବ। ଏହାସହିତ ଦେଶର କୃଷି, ଜଙ୍ଗଲ ଆଦି ଉପରେ ମଧ୍ୟ ନଜର ରଖିବ।

Comment