ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗତ କିଛି ଦିନ ଧରି ଅଟୋମୋବାଲ କମ୍ପାନିଗୁଡ଼ିକ ନିଜ ଗାଡ଼ିର ଦାମ୍‌ ବଢ଼ାଇବା ନେଇ ଘୋଷଣା କରିଛନ୍ତି। ତେବେ ବର୍ତ୍ତମାନ ଏଥିରେ ସାମିଲ ହୋଇଛି ନିସାନ ମୋଟର ଇଣ୍ଡିଆ। ଆସନ୍ତା ନୂଆ ବର୍ଷରୁ ନିସାନ୍‌ ନିଜର ଗାଡ଼ିର ଦାମ୍‌ ୫ ପ୍ରତିଶତ ବଢ଼ାଇବା ନେଇ ଘୋଷଣା କରିଛି।

ଏନେଇ ନିସାନ ମୋଟର ଇଣ୍ଡିଆର ଅଧ୍ୟକ୍ଷ ରାକେଶ ଶ୍ରୀବାସ୍ତବ କହିଛନ୍ତି, “ଗାଡ଼ି ନିର୍ମାଣରେ ବ୍ୟବହୃତ କଞ୍ଚାମାଲର ଦର ବୃଦ୍ଧି ହୋଇଥିବାରୁ କମ୍ପାନି ବାଧ୍ୟ ହୋଇଗାଡ଼ିର ଦାମ୍‌ ବଢ଼ାଇବାକୁ ନିଷ୍ପତ୍ତି ନେଇଛି। ଆସନ୍ତା ୨୦୨୦ ଜାନୁଆରିଠାରୁ ନିସାନ ଏବଂ ଡଟ୍‌ସନ୍‌ର ସବୁ ମଡେଲ ଗାଡ଼ି ବର୍ଦ୍ଧିତ ଦର ସହ ବିକ୍ରି ହେବ।”

ସୂଚନାଯୋଗ୍ୟ, ମାରୁତି ସୁଜୁକି, ହ୍ୟୁଣ୍ଡାଇ ମୋଟର୍ସ ଏବଂ ଟାଟା ମୋଟର୍ସ ମଧ୍ୟ ଜାନୁଆରିରୁ ନିଜ ଗାଡ଼ିର ଦାମ୍‌ ବୃଦ୍ଧି କରିବା ନେଇ ଘୋଷଣା କରିଛନ୍ତି। ସେହିପରି ବାଇକ୍‌ ନିର୍ମାତା କମ୍ପାନି ହିରୋ ଏବଂ ଟିଭିଏସ୍‌ ମଧ୍ୟ ନିଜ ଦୁଇ ଚକିଆ ଯାନର ଦାମ୍‌ ବୃଦ୍ଧି କରିବ ବୋଲି ଘୋଷଣା କରିଛି।

Comment