ଓଡ଼ିଶାଲାଇଭ୍ ବ୍ୟୁରୋ
ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ତଥା କିଙ୍ଗ୍ ଅଫ୍ ଷ୍ଟାଇଲ ରଜନୀକାନ୍ତ ଆଜି ୬୯ ବର୍ଷ ବୟସରେ ପାଦ ଦେଇଛନ୍ତି। ଆଜି ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା କିଛି କଥା…
ଦକ୍ଷିଣ ସିନେଜଗତର ସବୁଠାରୁ ଦାମୀ ସୁପର୍ଷ୍ଟାର୍ ହେଲେ ରଜନୀକାନ୍ତ। ବଲିଉଡ୍ରୁ ଆରମ୍ଭ କରି ହଲିଉଡ୍ ଯାଏଁ ସବୁଠି ରଜନୀକାନ୍ତଙ୍କର ଷ୍ଟାଇଲ୍ର ବେଶ୍ ଚର୍ଚ୍ଚିତ। ପରଦା ଉପରେ ସେ ଯେତେ ପପୁଲାର୍, ପରଦା ପଛରେ ତାଙ୍କର ଶାନ୍ତ ସରଳ ସ୍ୱଭାବ ପାଇଁ ସେତିକି ପରିଚିତ।
ପଦ୍ମ ଭୂଷଣ ଏବଂ ପଦ୍ମ ବିଭୂଷଣ ବିଜେତା ହୋଇ ମଧ୍ୟ ରଜନୀକାନ୍ତ ତାଙ୍କ ଫ୍ୟାନ୍ମାନଙ୍କ ସହିତ ସାଧାରଣ ବ୍ୟକ୍ତିଙ୍କ ଭଳି ହିଁ ମିଶନ୍ତି।
-ରଜନୀକାନ୍ତଙ୍କ ପ୍ରକୃତ ନାମ ହେଉଛି ଶିବାଜୀ ରାଓ ଗାଇକ୍ଓ୍ୱାର୍ଡ। ରଜନୀକାନ୍ତ ପିଲାଟି ଦିନୁ କାନାଡ଼ା ଆଉ ମରାଠୀ ଭାଷାରେ କହି ଶିଖିଥିଲେ।
– ମେଗା ସୁପର୍ଷ୍ଟାର୍ ରଜନୀକାନ୍ତ ହେବା ପୂର୍ବରୁ ସେ ଜଣେ କୁଲି, କାର୍ପେଣ୍ଟର୍ ଆଉ ବସ୍ କଣ୍ଡକ୍ଟର୍ ପେଶାରେ ଥିଲେ।
-ମାଦ୍ରାସ୍ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଡିପ୍ଲୋମା କୋର୍ସ କରିଥିବା ରଜନୀକାନ୍ତ ପାଠ୍ୟକ୍ରମ ବେଳେ ତାମିଲ୍ ଶିକ୍ଷା ବି କରିଥିଲେ।
– ରଜନୀକାନ୍ତଙ୍କ ପତ୍ନୀଙ୍କ ନାମ ହେଲା ଲତା ରଙ୍ଗାଚାରୀ। ଲତା ରଜନୀକାନ୍ତଙ୍କଠାରୁ ବୟସରେ ୮ ବର୍ଷ ସାନ। ନିଜ କଲେଜ୍ ପତ୍ରିକା ପାଇଁ ରଜନୀକାନ୍ତଙ୍କ ପାଖକୁ ପ୍ରଥମ ଥର ସାକ୍ଷାତକାର କରିବାକୁ ଆସିଥିଲେ ଲତା। ପ୍ରଥମ ଦେଖାରେ ହିଁ ରଜନୀ ଲତାଙ୍କ ପ୍ରତି ଆକୃଷ୍ଟ ହୋଇଥିଲେ। ଏହାପରେ ୧୯୮୧ ମସିହାରେ ଦୁହେଁ ବିବାହ କରିଥିଲେ। ଐଶ୍ୱର୍ଯ୍ୟା -ସୈନ୍ଦର୍ଯ୍ୟା ରଜନୀକାନ୍ତଙ୍କର ଦୁଇ ଝିଅ। ଚେନ୍ନାଇରେ ‘ଦ ଆଶ୍ରମ୍’ ନାମରେ ଲତା ନିଜର ଗୋଟିଏ ସ୍କୁଲ ଚଳାଉଛନ୍ତି।
-କ୍ୟାରିୟର ଆରମ୍ଭର ପ୍ରଥମ ଦୁଇ ବର୍ଷ ରଜନୀକାନ୍ତ କେବଳ ନେଗେଟିଭ୍ ରୋଲ୍ ପାଇଥିଲେ। ୧୯୭୭ରେ ଫିଲ୍ମ ‘ଭୁବନ ଓରୁ କିଲ୍ଭିକୁରୀ’ରେ ତାଙ୍କୁ ପୋଜେଟିଭ୍ ରୋଲ ମିଳିଥିଲା।
– ଦିଓ୍ୱାର, ଡନ୍, ଅମର୍ ଆକବର୍ ଆନ୍ଥୋନୀ, ଲାଓ୍ୱାରିସ୍ ଭଳି ଅମିତାଭ ବଚ୍ଚନଙ୍କର ୧୧ଟି ହିନ୍ଦୀ ଫିଲ୍ମର ରିମେକ୍ରେ ରଜନୀକାନ୍ତ ଅଭିନୟ କରିଛନ୍ତି।
– ଜ୍ୟାକି ଚାନ୍ଙ୍କ ପରେ ଏସିଆର ଦ୍ୱିତୀୟ ସର୍ବାଧିକ ପାରିଶ୍ରମିକ ନେଉଥିବା ସୁପର୍ଷ୍ଟାର୍ ହେଉଛନ୍ତି ଅଭିନେତା ରଜନୀକାନ୍ତ।
– ୨୦୦୭ ମସିହାର ବ୍ଲକ୍ବଷ୍ଟର୍ ଫିଲ୍ମ ‘ଶିବାଜୀ’ ପାଇଁ ରଜନୀକାନ୍ତ ୨୬ କୋଟି ଟଙ୍କା ପାରିଶ୍ରମିକ ନେଇଥିଲେ।