ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖ୍ୟାତନାମା ଅଭିନେତା ରଜନୀକାନ୍ତ ଅସୁସ୍ଥ। ହ୍ରାଇଦ୍ରାବାଦସ୍ଥିତ ଆପୋଲୋ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରିଯାଇଛି। ଉଚ୍ଚ ରକ୍ତଚାପ ଜନିତ କାରଣରୁ ରଜନୀକାନ୍ତ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି। ତେବେ ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।

ଗତ ୧୦ ଦିନ ହେବ ହାଇଦ୍ରାବାଦରେ ସେ ଏକ ଫିଲ୍ମ ‘ଅନ୍ନାଟ୍ଟେ’ ଫିଲ୍ମ ସୁଟିଂରେ ବ୍ୟସ୍ତ ଥିଲେ। ସୁଟିଙ୍ଗ୍‌ ସେଟ୍‌ରେ ଦୁଇଜଣ ବ୍ୟକ୍ତି କୋଭିଡ୍‌-୧୯ ପଜିଟିଭ୍‌ ହୋଇଥିବା ଜଣାପଡ଼ିବା ପରେ ଡିସେମ୍ବର ୨୨ ତାରିଖ ଦିନ ରଜନୀକାନ୍ତଙ୍କର ନମୁନା ପରୀକ୍ଷା କରାଯାଇଥିଲା।

ତାଙ୍କ ରିପୋର୍ଟ ନେଗେଟେିଭ ଆସିଥିଲା। କିନ୍ତୁ ସେବେଠାରୁ ସେ ଆଇସୋଲେସନରେ ଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଥିଲା। ଶୁକ୍ରବାର ରକ୍ତଚାପଜନିତ ସମସ୍ୟା ଯୋଗୁଁ ସେ ଅସୁସ୍ଥ ହୋଇପଡ଼ିଥିଲେ।

Comment