ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକସଭା ପରେ ରାଜ୍ୟସଭାରେ ପାସ୍‌ ହୋଇଛି ନାଗରିକତା ସଂଶୋଧନ ବିଲ୍‌। ଦିନ ସାରା ଆଲୋଚନା ପରେ ସନ୍ଧ୍ୟାରେ ଏହି ବିଲ୍‌ ପାସ୍‌ ହୋଇଛି। ବିଲ୍‌ ପାସ୍‌ ହେବା ପାଇଁ ରାଜ୍ୟସଭାରେ ଭୋଟିଂ ହୋଇଥିଲା। ବିଲ୍‌ ସପକ୍ଷରେ ୧୨୫ ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ପଡ଼ିଥିଲା ୧୦୫ ଭୋଟ୍‌।

ନାଗରିକତା ସଂଶୋଧନ ବିଲ୍‌କୁ ଚୟନ କମିଟିକୁ ପଠାଇବା ପାଇଁ ବିରୋଧୀ ଦାବି କରିଥିଲେ। ହେଲେ ବିଜେପି ସମେତ ଆଉ କିଛି ଦଳ ଏହାକୁ ବିରୋଧ କରିଥିଲେ। ଶେଷରେ ଭୋଟିଂ ହୋଇଥିଲା। ବିଲ୍‌କୁ ଚୟନ କମିଟିକୁ ପଠାଇବା ସପକ୍ଷରେ ୧୨୪ ଭୋଟ୍‌ ଆସିଥିବା ବେଳେ ବିପକ୍ଷରେ ଆସିଥିଲା ୯୯ ଭୋଟ୍‌। ଶେଷରେ ବିରୋଧୀ ଆଣିଥିବା ପ୍ରସ୍ତାବ ଖାରଜ ହୋଇ ଯାଇଥିଲା।

ସାରା ଦେଶରେ ଏହି ନୂଆ ନିୟମ ଲାଗୁ ହେବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ। ଏହି ବିଲ୍‌ କାହାର ନାଗରିକତା ଛଡ଼ାଇ ନେବ ନାହିଁ ବୋଲି ଶାହ କହିଥିଲେ।

ଲୋକସଭାରେ ୯ ତାରିଖରେ ଏହି ବିଲ୍‌ ପାସ୍‌ ହୋଇଥିଲା। ପ୍ରାୟ ୧୪ ଘଣ୍ଟା ଧରି ଆଲୋଚନା ହେବା ପରେ ବିଲ୍‌ ପାସ୍‌ କରିବା ପାଇଁ ଭୋଟିଂ ହୋଇଥିଲା। ବିଳମ୍ବିତ ରାତିରେ ଲୋକସଭାରେ ଭୋଟିଂ ହୋଇଥିଲା। ଲୋକସଭାରେ ବିଲ୍‌ ସପକ୍ଷରେ ୩୧୧ ଏବଂ ବିପକ୍ଷରେ ୮୦ ଭୋଟ ପଡ଼ିଥିଲା।

Comment