ଓଡ଼ିଶାଲାଇଭ୍ ବ୍ୟୁରୋ

ଲିଙ୍ଗରାଜ ମନ୍ଦିର ଚାରିପଟେ ଆଜିଠୁ ପୁଣି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହେବ। ୨ ଦିନର ବିରତି ପରେ ପୁଣି ଉଚ୍ଛେଦ କରାଯିବ। ବୁଧବାର ବିଏମ୍‌ସି କମିସନର ପ୍ରେମ୍‌ଚାନ୍ଦ ଚୌଧୁରୀଙ୍କ ବୈଠକ ପରେ ଉଚ୍ଛେଦ କାର୍ଯ୍ୟ ପୁଣି ଆରମ୍ଭ କରାଯିବ ବୋଲି ସେ କହିଥିଲେ।

ସେ ବୁଧବାର କହିଥିଲେ ଯେ, ଉଠା ଦୋକାନୀ ଏବଂ ବ୍ୟବସାୟୀଙ୍କୁ ଥଇଥାନ କରାଯିବ ଏବଂ ଲିଙ୍ଗରାଜ ମନ୍ଦିର ସୌନ୍ଦର୍ଯ୍ୟକରଣ ନେଇ ବ୍ଲୁପ୍ରିଣ୍ଟ କରାଯିବ।

ସୋମବାର ପ୍ରଥମ ଦିନରେ ମନ୍ଦିରଠୁ ଭଜନ ମଣ୍ଡପ ପର୍ଯ୍ୟନ୍ତ ବିଡିଏ ଓ ବିଏମ୍‌ସିର ଜଏଣ୍ଟ ସ୍କ୍ଵାର୍ଡ ପକ୍ଷରୁ ଉଚ୍ଛେଦ ଆରମ୍ଭ ହୋଇଥିଲା। ପରେ ସ୍ଥାନୀୟ ଲୋକେ ଓ କଂଗ୍ରେସକର୍ମୀମାନେ ବିରୋଧ କରିଥିଲେ। ବିଏମ୍‌ସି କମିସନରଙ୍କ ଆଲୋଚନା ପରେ ପୁଣି ଉଚ୍ଛେଦ ଆରମ୍ଭ ହେବ।

Comment