ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଚ୍‌ଆଇଭି ଆକ୍ରାନ୍ତରେ ସହି ପାରିଲେନି ରୋଗର କଷ୍ଟ ଓ ମାନସିକ ଚାପ। ଶେଷରେ ନେଲେ ଚରମ ନିଷ୍ପତ୍ତି। ଦେହରେ କିରାସିନି ଢାଳି ନିଆଁ ଲଗାଇ ହାରିଦେଲେ ଜୀବନ। ଏହିପରି ଏକ ଦୁଃଖଦାୟକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ତିରିଙ୍ଗ ଥାନା ଅନ୍ତର୍ଗତ ସୁନାପୋଷି ଗ୍ରାମରେ। ମୃତ ଯୁବକ ହେଲେ ରବିନ୍ଦ୍ର ତାମୁଡ଼ିଆ।

ମୃତକଙ୍କ ପରିବାରରେ କେହି ନ ଥିବାରୁ ସେ ଗାଁ ମୁଣ୍ଡରେ ଏକୁଟିଆ ରହୁଥିଲେ। ଦୀର୍ଘ ଦିନ ହେବ ଏଚ୍‌ଆଇଭି ଆକ୍ରାନ୍ତ ପାଇଁ ସେ ଚିକିତ୍ସିତ ହୋଇ ଆସୁଥିଲେ ମଧ୍ୟ ମାନସିକ ଚାପ ଯୋଗୁଁ ଆଜି ସନ୍ଧ୍ୟାରେ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଇ ଜୀବନ ହାରିଥିବା କୁହାଯାଉଛି।

ନିଆଁ ଲାଗିବା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଶରୀରରେ ପ୍ରାୟ ଅଶି ଭାଗ ଜଳି ଯାଇଥିଲା। ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Comment