ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୯୭୧ରେ ଡିସେମ୍ବର ୧୬ରେ ଇଣ୍ଡୋ ପାକିସ୍ତାନ ଯୁଦ୍ଧରେ ଭାରତ ବିଜୟୀ ହୋଇଥିଲା ଏହାକୁ ମନେ ରଖିବା ପାଇଁ ପ୍ରତିବର୍ଷ ଭାରତରେ ବିଜୟ ଦିବସ ପାଳିତ ହେଉଛି। ଏହି ଦିନଟି ବାଂଲାଦେଶ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ଦିନ ବାଂଲାଦେଶ ନାମରେ ଏକ ନୂତନ ଦେଶ ଗଢ଼ି ଉଠିଥିଲା।

୧୯୭୧ ମସିହାରେ ଭାରତ ଓ ପାକିସ୍ତାନର ଘମାସନ ଯୁଦ୍ଧ ପରେ ବାଂଲାଦେଶର ଗଠନ ହୋଇଥିଲା। ଶେଖ ମୁଜିବର ରେହମାନଙ୍କୁ ବାଂଲାଦେଶର ଜନକ କୁହାଯାଏ। ସେ ବାଂଲାଦେଶର ପ୍ରଥମ ରାଷ୍ଟ୍ରପତି ଥିଲେ। ତା’ପରେ ୧୯୭୧ ମସିହା ଏପ୍ରିଲ ୧୭ରୁ ଅଗଷ୍ଟ ୧୫ ଯାଏଁ ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ଥିଲେ। ‘ବଙ୍ଗବନ୍ଧୁ’ ନାଁରେ ସେ ବଂଲାଦେଶରେ ବେଶ ପରିଚିତ ଥିଲେ। କୁହାଯାଏ ସେ ହିଁ ପୂର୍ବ ପାକିସ୍ତାନକୁ ବଂଲାଦେଶର ନାଁ ଦେଇଥିଲେ। ଏହି ଦେଶରେ ଅଧିକ ବଙ୍ଗାଳି ମୁସଲିମ୍‌ ରହୁଥିବାରୁ ଓ ବଙ୍ଗାଳୀ ଭାଷା ପାଇଁ ବାଂଲାଦେଶର ନାଁ ଏମିତି ରଖାଯାଇଥିଲା।

୧୯୪୭ରେ ଭାରତ ପାକିସ୍ତାନର ବିଭାଜନ ପରେ ଗଠନ ହୋଇଥିଲା ପୂର୍ବ ପାକିସ୍ତାନ ଓ ପଶ୍ଚିମ ପାକିସ୍ତାନ। ଭାଷାଗତ ସମସ୍ୟାକୁ ନେଇ ପୂର୍ବ-ପଶ୍ଚିମ ପାକିସ୍ତାନ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଥିଲା। ଧୀରେଧୀରେ ଏହି ତିକ୍ତତା ଉଗ୍ର ରୂପ ନେଉଥିଲା।

୧୯୭୧ ମସିହାରେ ଏକ ସଭାରେ ଭାଷଣ ଜରିଆରେ ବଂଲାଦେଶର ଜନକ ଭାବେ ପରିଚିତ ମୁଜିବୁର ସ୍ୱତନ୍ତ୍ର ବାଂଲାଦଶର ଘୋଷଣା କରିଥିଲେ। ଏହାକୁ ନେଇ ପଶ୍ଚିମ ପାକିସ୍ତାନ ବିରୋଧ ପ୍ରଦର୍ଶନ କରିଥିଲା। ପାକିସ୍ତାନୀ ସୈନିକ ତାନସାହ ୟାହିୟା ଖାଁ ୨୫ ମାର୍ଚ୍ଚ ୧୯୭୧ରେ ପୂର୍ବ ପାକିସ୍ତାନ ଅର୍ଥାତ ବାଂଲାଦେଶର ଭାଷା ଓ ସଂସ୍କୃତିକୁ ବିରୋଧ କରି ସେଠାକାର ଲୋକଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଫଳରେ ସ୍ୱତନ୍ତ୍ର ବଂଲାଦେଶ ଗଠନ ପାଇଁ ମୁଜିବୁର ‘ମୁକ୍ତି ବାହାନୀ’ ଗଠନ କରି ଆରମ୍ଭ କରିଥିଲେ ମୁକ୍ତି ଯୁଦ୍ଧ। ଏହି ସମୟରେ ଶେଖ ମୁଜିବୁର ରେହମାନଙ୍କୁ ଗିରଫ କରାଯାଇଥିଲା। ତାଙ୍କ ଅନୁପସ୍ଥିତିରେ ଅନେକ ଏହି ମୁକ୍ତିବାହିନୀରେ ସାମିଲ ହୋଇଥିଲେ।  ଆଉ କେହି ଜୀବନ ବଞ୍ଚାଇବାକୁ ଭାରତରେ ଶରଣ ନେଇଥିଲେ। ଏକଥା ଭାରତ ଜାଣିବା ପରେ ଏହି ଘଟଣାରେ ହସ୍ତକ୍ଷେପ କରିଥିଲା ଓ ମୁକ୍ତିବାହାନୀକୁ ସମର୍ଥନ କରିଥିଲା। ଭାରତର ସହାୟତାରେ ବଂଲାଦେଶ ଗଠନ ହୋଇପାରିଥିଲା।

ମୁଜିବୁରଙ୍କ ବିଷୟରେ କିଛି କଥା…

ବାଂଲାଦେଶକୁ ଏକ ସ୍ୱତନ୍ତ୍ର ରାଷ୍ଟ୍ର ଭାବେ ଗଠନ କରିବାରେ ମୁଜିବୁରଙ୍କ ମୁଖ୍ୟ ଭୂମିକା ଥିଲା।

ମୁଜିବୁରଙ୍କ ଜନ୍ମ ଗୋପଳଗଞ୍ଜର ତୁଙ୍ଗିପାରା ଗାଁରେ ହୋଇଥିଲା, ଯାହା ଏବେ ବାଂଲାଦେଶରେ ରହିଛି। ତାଙ୍କ ପିତା ଗୋପାଳଗଞ୍ଜ ସିଭିଲ କୋର୍ଟରେ ଜଣେ କିରାଣୀ ଭାବେ କାମ କରୁଥିଲେ।

୧୯୨୯ରେ ମୁଜିବୁର ଗୋପଳଗଞ୍ଜ ପବ୍ଲିକ ସ୍କୁଲରୁ ଶିକ୍ଷା ଆରମ୍ଭ କରିଥିଲେ।

ପିଲାଟି ଦିନରୁ ହିଁ ତାଙ୍କ ଭିତରେ ନେତୃତ୍ୱ ଗୁଣ ଦେଖିବାକୁ ମିଳିଥିଲା। ୧୯୪୪ରେ ସେ ଇସଲାମିୟାରେ କଲେଜରେ ଇଣ୍ଟରମିଡିଏଟ, ୧୯୪୭ରେ ସେହ କଲେଜରୁ ବିଏ ପାସ କରିଥିଲେ।

ଭାରତ ବିଭାଜନ ପରେ ସେ ଆଇନ ପଢ଼ିବା ପାଇଁ ଢାକା ବିଶ୍ୱ ବିଦ୍ୟାଳୟରେ ଆଡମିଶନ କରିଥିଲେ।

Comment