ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପ୍ରଥମ ଦିନିକିଆରେ। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୨୮୮ ରନ କରିଛି। ଫଳରେ ଓ୍ଵେଷ୍ଟଇଣ୍ଡିଜକୁ ମ୍ୟାଚ ଜିତିବାକୁ ହେଲେ ୨୮୯ ରନ୍ କରିବାକୁ ହେବ।
ପ୍ରଥମେ ଟସ୍ ଜିତି ଓ୍ଵେଷ୍ଟଇଣ୍ଡିଜ ଦଳ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଭାରତର ଦୁଇ ଓପନର ରୋହିତ ଓ ଲୋକେଶ ବ୍ୟାଟିଂ ଆରମ୍ଭ କରିଥିଲେ ମଧ୍ୟ ସଫଳ ହୋଇ ପାରିନଥିଲେ। ଟପ୍ ଅର୍ଡରର ୩ଟି ବ୍ୟାଟ୍ସମ୍ୟାନ ବିଫଳ ହୋଇଥିଲେ। ପରେ ମଧ୍ୟକ୍ରମର ବ୍ୟାଟ୍ସମ୍ୟାନମାନେ ସ୍ଥିତି ସମ୍ଭାଳିଥିଲେ।
ଦଳ ପକ୍ଷରୁ ଶ୍ରେୟାସ ଆୟର ୭୦, ରିଶବ ପନ୍ତ ୭୧, କେଦାର ଯାଦବ ୪୦ ଓ ରବିନ୍ଦ୍ର ଜାଡେଜା ୨୧ ରନ୍ କରିଥିଲେ। ଫଳରେ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ଵିକେଟ ହରାଇ ୨୮୮ ରନ କରିଥିଲା।
ବର୍ତ୍ତମାନ ଓ୍ଵେଷ୍ଟଇଣ୍ଡିଜ ଦଳ ବ୍ୟାଟିଂ ଆରମ୍ଭ କରିବ। ଦଳକୁ ଜିତିବାକୁ ହେଲେ ୨୮୯ ରନ୍ କରିବାକୁ ହେବ। ସେହିପରି ଭାରତୀୟ ଦଳ ମଧ୍ୟ ଏହି ମ୍ୟାଚ ଜିତିବା ପାଇଁ ନିଜ ବୋଲରମାନଙ୍କ ସହ ରଣନୀତି ପ୍ରସ୍ତୁତ କରି ପଡ଼ିଆକୁ ଓହ୍ଲାଇବ।