ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡିସେମ୍ଵର ୨୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଦିନିକିଆ ମ୍ୟାଚ ଖେଳାଯିବ। ଏହି ମ୍ୟାଚକୁ ରହିଲା ଆଉ ମାତ୍ର ୫ ଦିନ। ଏହା ମଧ୍ୟରେ ଷ୍ଟାଡିୟମରେ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଥର ଷ୍ଟାଡ଼ିୟମର ଗ୍ୟାଲେରୀରେ ମ୍ୟାଟ୍‌ ପଡ଼ିବ। ଯାହା ଉପରେ ଦର୍ଶକ ବସି ଖେଳର ମଜା ନେଇ ପାରିବେ।

ଦର୍ଶକଙ୍କ ସୁବିଧାକୁ ଲକ୍ଷ୍ୟ ରଖି ଓସିଏ ଶନିବାରଠାରୁ ଗ୍ୟାଲେରୀରେ ମ୍ୟାଟ ବିଛାଇବା କାମ ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ୧ ନମ୍ଵର ଓ ୩ ନମ୍ଵର ଗ୍ୟାଲେରୀରେ ମ୍ୟାଟ ବିଛା ଯିବ, ଯଦି ସମୟ ହୁଏ ଅନ୍ୟ ମ୍ୟାଟ୍‌ଗୁଡ଼ିକରେ ମଧ୍ୟ ମ୍ୟାଟ୍‌ ବିଛା ଯିବ। ଏହି ମ୍ୟାଟରେ ବସିବା ପରେ ଦର୍ଶକଙ୍କୁ ଗରମ କିମ୍ଵା ଥଣ୍ଡା ଅନୁଭବ ହେବ ନାହିଁ।

ଏହି ମ୍ୟାଟ୍‌ ବିଛା ଯିବା ପରେ ଗ୍ୟାଲେରୀ ସୌନ୍ଦର୍ଯ୍ୟ ବୃଦ୍ଧି ପାଇବ। ଏହାସହ ଦର୍ଶକ ମଧ୍ୟ ସଫା ସୁତରା ପରିବେଶରେ ମ୍ୟାଚ ଦେଖିବେ। ଏହି ମ୍ୟାଟ୍‌ ଭିନାଇଲ ହୋଇଥିବାରୁ ଏହା ଉପରେ ଖରା ବର୍ଷାର ପ୍ରଭାବ ପଡ଼ିବ ନାହିଁ। ଫଳରେ ଗ୍ୟାଲେରୀରେ ଏହି ମ୍ୟାଟ ସବୁଦିନ ପାଇଁ ରହିବ।

Comment