ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅନ୍ତର୍ଜାତୀୟ ବଜାରରେ ଗତ ନଭେମ୍ବର ମାସରେ ଲଞ୍ଚ୍‌ ହୋଇଥିଲା ନୂଆ Moto Razr 2019 ସ୍ମାର୍ଟଫୋନ। ବର୍ତ୍ତମାନ ଏହାକୁ ଭାରତରେ ଲଞ୍ଚ୍‌ କରାଯିବ। ଏନେଇ କମ୍ପାନି ପକ୍ଷରୁ ଟିଜର ଜାରି କରାଯାଇଛି। ଗୋଟେ ସମୟରେ Moto Razr ମୋବାଇଲ ଫୋନ୍‌ ଭାରତରେ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲା। ବର୍ତ୍ତମାନ ଏହାକୁ ନୂଆ ରୂପରେ ପୁଣିଥରେ ବଜାରକୁ ଛଡ଼ାଯାଇଛି। ଏହି ନୂଆ Razr 2019 ସ୍ମାର୍ଟଫୋନରେ ଫୋଲ୍‌ଡ ଡିସ୍‌ପ୍ଲେ ରହିଛି।

ମୋଟରୋଲା ଇଣ୍ଡିଆ ପକ୍ଷରୁ ନୂଆ Razr 2019 ସ୍ମାର୍ଟଫୋନ୍‌ର ଲଞ୍ଚ୍‌ ନେଇ ଏକ ଟିଜର ଜାରି କରାଯାଇଛି। ଟିଜରରେ କୁହାଯାଇଛି କି, ଖୁବ୍‌ଶୀଘ୍ର ଭାରତରେ ଲଞ୍ଚ୍‌ ହେବାକୁ ଯାଉଛି। ତେବେ ଏହାର ରିଲିଜ୍‌ ତାରିଖ ଏବଂ ଏହାର ଦାମ୍‌ ବିଷୟରେ କୌଣସି ସୂଚନା ଦିଆଯାଇନାହିଁ।

ଅନ୍ତର୍ଜାତୀୟ ବଜାରରେ Razr 2019 ସ୍ମାର୍ଟଫୋନ୍‌ ଲଞ୍ଚ୍‌ ହେବା ପରେ ଏବିଷୟରେ ଅଧିକ ସୂଚନା ପାଇଁ ଭାରତୀୟ ୱେବସାଇଟ୍‌ରେ ଏକ ରେଜିଷ୍ଟ୍ରେସନ ପେଜ୍‌ ଜାରି କରିଥିଲା। ଇଚ୍ଛୁକ ବ୍ୟାକ୍ତି ଏଠାରେ ରେଜିଷ୍ଟ୍ରେସନ କରି ସ୍ମାର୍ଟଫୋନ୍‌ ବିଷୟରେ ଅଧିକ ତଥ୍ୟ ଜାଣିପାରିବେ। ବର୍ତ୍ତମାନ ଟିଜର୍‌ରେ କମ୍ପାନି ଏହି ରେଜିଷ୍ଟ୍ରେସନ ଲିଙ୍କ୍‌କୁ ଜାରି କରିଛି।

Moto Razr 2019ର ସ୍ପେସିଫିକେସନ

ନୂଆ Razr 2019 ସ୍ମାର୍ଟଫୋନ ପୁରୁଣା ଫୋନ୍‌ଠାରୁ ସମ୍ପୂର୍ଣ୍ଣ ରୂପେ ଭିନ୍ନ। ଏହି ନୂଆ ଫୋନ୍‌ରେ ଦୁଇଟି ସ୍କ୍ରିନ୍‌ ରହିଛି। ପ୍ରାଇମେରୀ ଡିସ୍‌ପ୍ଲେ ହେଉଛି ୬.୨ ଇଞ୍ଚ୍‌ ବିଶିଷ୍ଟ, ଯାହା ଓଏଲ୍‌ଇଡି ଏଚ୍‌ଡି ପ୍ଲସ। ଏହି ସ୍କ୍ରିନ୍‌ ସମ୍ପୂର୍ଣ୍ଣ ଭାବେ ପ୍ଲେକ୍ସିବଲ୍‌, ଯାହାକୁ ଫୋଲ୍‌ଡ କରିହେବ। ସେହିପରି ସେକେଣ୍ଡାରୀ ଡିସପ୍ଲେ ହେଉଛି ୨.୭ ଇଞ୍ଚ୍‌ ବିଶିଷ୍ଟ। ଏହାକୁ ନୋଟିଫିକେସନ ଦେଖିବା, ମ୍ୟୁଜିକ୍‌ ପ୍ଲେ-ବ୍ୟାକ୍‌ ନିୟନ୍ତ୍ରଣ କରିବା ପାଇଁ ବ୍ୟବହାର କରାଯାଉଛି।

ଫଟୋଗ୍ରାଫି ପାଇଁ ଏଥିରେ ୧୬ ମେଗାପିକ୍ସେଲ ପ୍ରଇମେରୀ କ୍ୟାମେରା ଦିଆଯାଇଛି। ଫୋନ୍‌କୁ ଫୋଲ୍‌ଡ କରିବା ପରେ ଏହାକୁ ସେଲ୍‌ଫି କ୍ୟାମେରା ଭାବେ ବ୍ୟବହାର କରାଯାଇପାରିବ। ଏହାର କ୍ୟାମେରା ସଫ୍ଟୱେର୍‌ରେ ନାଇଟ୍‌ ଭିଜନ୍‌ ମୋଡ୍‌ ଦିଆଯାଇଛି। ଏହା ସାହାଯ୍ୟ ଅଳ୍ପ ଲାଇଟ୍‌ରେ ମଧ୍ୟ ଜବରଦସ୍ତ ଫଟୋ ଉଠାଯାଇପାରିବ।

ସେହିପରି Razr 2019 ସ୍ମାର୍ଟଫୋନର ଭିତର ପାଖରେ ୫ ମେଗାପିକ୍ସେଲର ଆଉ ଏକ କ୍ୟାମେରା ଦିଆଯାଇଛି। ଯେତେବେଳେ ଫୋନ୍‌କୁ ଫୋଲ୍‌ଡ କରାଯାଇନଥିବ ସେ ସମୟରେ ଏହି କ୍ୟାମେରାରେ ସେଲ୍‌ଫି ନେଇ ହେବ।

Razr 2019 ସ୍ମାର୍ଟଫୋନର ସଫ୍ଟୱେର୍‌ରେ ଦେଖିବାକୁ ଗଲେ ଏଥିରେ ଷ୍ଟକ୍‌ ଆଣ୍ଡ୍ରଏଡ୍‌ ଦିଆଯାଇଛି। ଏଥିରେ ଅକ୍ଟାକୋର ସ୍ନାପଡ୍ରାଗନ ୭୧୦ ପ୍ରୋସେସର ମଧ୍ୟ ଦିଆଯାଇଛି। ଫିଙ୍ଗରପ୍ରିଣ୍ଟ ସେନ୍ସର ଏବଂ ୨୫୧୦ ଏମ୍‌ଏଏଚ୍‌ର ବ୍ୟାଟେରୀ ରହିଛି Motorola Razr 2019 ସ୍ମାର୍ଟଫୋନରେ। ଭାରତରେ ଏହି ସ୍ମାର୍ଟଫୋନଟି କେଉଁଭଳି ଫିଚର ସହ ଆସୁଛି ତାହା ବର୍ତ୍ତମାନ ଦେଖିବା ବାକି ରହିଲା।

Comment