ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୋଟେ ସମୟରେ Moto Razr ମୋବାଇଲ ଫୋନ୍‌ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲା। ନୂଆ ରୂପରେ ବର୍ତ୍ତମାନ ଏହି ଫୋନ୍‌ ପୁଣିଥରେ ବଜାରକୁ ଫେରିବ। ପ୍ରଥମରେ ଏହା ଫ୍ଲିପ୍‌ ଫୋନ୍‌ ଥିବା ବେଳ ବର୍ତ୍ତମାନ ଏଥିରେ ଫୋଲ୍‌ଡ ଡିସପ୍ଲେ ରହିଛି। ଆସନ୍ତା ନଭେମ୍ବର ୧୩ରେ Moto Razr ସ୍ମାର୍ଟଫୋନ୍‌ ଲଞ୍ଚ୍‌ ହେବ।

କାଲିଫର୍ଣ୍ଣିଆରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ Moto Razr ସ୍ମାର୍ଟଫୋନ୍‌କୁ ଲଞ୍ଚ କରାଯିବ। ତେବେ ଏହା ପୂର୍ବରୁ ବଜାରରେ ସାମସଙ୍ଗର ଗାଲାକ୍ସି ଫୋଳ୍‌ଡ ଏବଂ ହୁୱାଇ ମେଟ୍‌ ଏକ୍ସ ନାମରେ ଦୁଇଟି ଫୋଲ୍‌ଡ ଫୋନ୍‌ ଲଞ୍ଚ୍‌ ହୋଇସାରିଛି।

ନୂଆ ଅବତାରରେ Moto Razr ସ୍ମାର୍ଟଫୋନ୍‌ ବର୍ତ୍ତମାନ ବଜାରକୁ ଫେରିବ। ତେବେ ଲଞ୍ଚ୍‌ ପୂର୍ବରୁ ଏହି ସ୍ମାର୍ଟଫୋନ୍‌ର ଫିଚର ବଷୟରେ କମ୍ପାନି ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ। ତେବେ ଏଥିରେ ଦୁଇଟି ଡିସପ୍ଲେ ମିଳିବ।

ରିପୋର୍ଟ ମୂତାବିକ, Moto Razr ସ୍ମାର୍ଟଫୋନ୍‌ରେ ସ୍ନାପଡ୍ରାଗନ ୭୧୦ ପ୍ରୋସେସର ଦିଆଯିବ। 4GB/64GB ଏବଂ 6GB/128GBର ଦୁଇଟି ଭାରିଏଣ୍ଟ ରହିଛି। ପୂର୍ବରୁ Moto Razr ଫିଚର ଫୋନ୍‌ ଭାରତରେ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲା। ବର୍ତ୍ତମାନ ନୂଆ Moto Razr ସ୍ମାର୍ଟଫୋନ ଭାରତରେ କେବେ ଲଞ୍ଚ ହେବ ତା’ ଉପରେ ସମସ୍ତଙ୍କ ନଜର।

Comment