ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ଆଗାମୀ ବର୍ଷ ଏପ୍ରିଲ ମାସରେ ମୁକ୍ତିଲାଭ କରିବାକୁ ଯାଉଛି ଇମ୍ରାନ ହାସମୀଙ୍କ ଅଭିନୀତ ‘ଚେହରେ’ ଫିଲ୍ମ। ତେବେ ଏବେ ଏହି ଫିଲ୍ମକୁ ନେଇ ଏକ ରୋଚକ କଥା ସାମନାକୁ ଆସିଛି। ଏହି ଫିଲ୍ମର କିଛି ଦୃଶ୍ୟରେ ନିର୍ଦ୍ଦେଶନାର ଭାର ସମ୍ଭାଳିଛନ୍ତି ବିଗ୍ ବି ଅମିତାଭ ବଚ୍ଚନ।

ଫିଲ୍ମର ମୁଖ୍ୟ ଚରିତ୍ରରେ ଇମ୍ରାନ ହାସମୀଙ୍କ ସହ ଅମିତାଭ ଅଭିନୟ କରୁଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରୁମି ଜାଫେରୀ। ତେବେ ଏହି ଫିଲ୍ମର କେତେକ ଦୃଶ୍ୟକୁ ଅମିତାଭଙ୍କ ନିର୍ଦ୍ଦେଶନାରେ ସୁଟିଂ କରାଯାଇଛି ବୋଲି ଜାଣିବାକୁ ମିଳିଛି। ଏନେଇ ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିଥିବା ଆନନ୍ଦ ପଣ୍ଡିତ ସୂଚନା ଦେଇଛନ୍ତି।

ଫିଲ୍ମଟି ଆସନ୍ତାବର୍ଷ ଏପ୍ରିଲ ମାସ ୨୪ ତାରିଖରେ ରିଲିଜ ହେବାକୁ ଯାଉଛି।

Comment