ଓଡ଼ିଶାଲାଇଭ୍ ବ୍ୟୁରୋ

ଚା’ ପିଇବାକୁ ସମସ୍ତେ ପସନ୍ଦ କରନ୍ତି। ସକାଳର ଚା’, ଅଫିସରେ କାର୍ଯ୍ୟ ବ୍ୟସ୍ତତା ଭିତରର ଚା’ ମଣିଷକୁ ସତେଜ କରିଦିଏ। ଚା’ ସ୍ୱାସ୍ଥ୍ୟ ପାଇଁ ଯେତିକି ହିତକର, ସେତିକି କ୍ଷତିକାରକ ମଧ୍ୟ। ଆବଶ୍ୟକତାଠାରୁ ଅଧିକ ଚା’ ପିଇଲେ ଏହା କ୍ଷତିକାରକ ହୋଇଥାଏ।

ଚା’ରେ କ୍ୟାଫିନ୍‌ର ମାତ୍ରା ଅଧିକ ଥାଏ, ଫଳରେ ପିଇବା ପରେ ଫୂର୍ତ୍ତି ଅନୁଭବ କରିବେ।

ଚା’ରେ ପ୍ରସ୍ତୁତ ଥିବା ଏମିନୋ ଏସିଡ୍‌ ମସ୍ତିଷ୍କକୁ ଶାନ୍ତ ରଖିଥାଏ।

ଚା’ରେ ପ୍ରସ୍ତୁତ ଥିବା ଆଣ୍ଟି ଅକ୍ସିଡାଣ୍ଟ ଇମ୍ୟୁନ୍‌ ସିଷ୍ଟମ୍‌କୁ ଠିକ୍‌ ରଖିଥାଏ ଏବଂ ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ଦେଇଥାଏ।

ଚା’ ପିଇବାର ଅପକାର ବିଷୟରେ ଜାଣନ୍ତୁ

ତିନି ଥରରୁ ଅଧିକ ଚା’ ପିଇଲେ ଏସିଡିଟି ସମସ୍ୟା ଦେଖାଦେଇଥାଏ।

ଏଥିରେ ପ୍ରସ୍ତୁତ ଥିବା କ୍ୟାଫିନ୍‌ ଯୋଗୁଁ ଉଚ୍ଚ ରକ୍ତଚାପ ହେବାର ଆଶଙ୍କା ଅଧିକ ଥାଏ।

ଅଧିକ ଚା’ ପିଇବା ଫଳରେ ହୃଦୟ ଜନିତ ସମସ୍ୟା, ମଧୁମେହ ଓ ଓଜନ ବଢ଼ିବା ଭଳି ସମସ୍ୟା ଦେଖାଦେଇଥାଏ।

ଚା’ ପିଇବା ଫଳରେ ହଜମ ପ୍ରକ୍ରିୟା ଉପରେ ଖରାପ ପ୍ରଭାବ ପକାଇଥାଏ।

ଗରମ ଚା’ ପିଇବା ଫଳରେ ଦାନ୍ତ ଦୁର୍ବଳ ହୋଇଯାଏ।

Comment