ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ଡିସେମ୍ବର ୨୨ରେ ଖେଳାଯିବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ପାଇଁ ସୋମବାର ଅନୁବନ୍ଧିତ ୟୁନିଟ୍‌କୁ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଛି। ପ୍ରଥମ ଦିନରେ ୫ହଜାର ଟିକେଟ୍‌ ବିକ୍ରି ହୋଇଛି। ଓସିଏ କନ୍‌ଫରେନ୍ସ ହଲ୍‌ଠାରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍ ଦ୍ଵାରା ଟିକେଟ୍‌ ବିକ୍ରି କରାଯାଉଛି।

ଦୁଇ ଦିନ ଧରି ଓସିଏ ଅନୁବନ୍ଧିତ ୟୁନିଟ୍‌ମାନେ ଏଠାରୁ ଟିକେଟ୍‌ ନେଇପାରିବେ। ପ୍ରଥମ ଦିନରେ ୧୬ ଜିଲ୍ଲା, ୧୪ କ୍ଲବ୍, ୧୩ ସ୍କୁଲ୍ ଓ କଲେଜଙ୍କ ସମେତ ୪ଜଣ ଏକ୍ସ-ଅଫିସିଓ ଟିକେଟ୍‌ କିଣିଛନ୍ତି। ଜିଲ୍ଲାକୁ ୧୦୮ଟି ଲେଖାଏଁ ଦିଆଯାଉଥିବା ବେଳେ ଅନ୍ୟ ଅନୁବନ୍ଧିତ ୟୁନିଟମାନଙ୍କୁ ୮୮ଟି ଲେଖାଏଁ ଟିକେଟ୍‌ ଦିଆଯାଉଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଦୁଇଦିନ ଧରି ବିକ୍ରି କରାଯାଉଥିବା ଏହି ଟିକେଟ୍‌ ବିକ୍ରି ପାଇଁ ମୋଟ୍ ୮ହଜାର ୯୪୬ଟି ଟିକେଟ୍‌ ଉପଲବ୍ଧ ରହିବ। ତେବେ ଏ ନେଇ ଅନୁବନ୍ଧିତ ୟୁନିଟମାନେ ପୂର୍ବରୁ ଡ୍ରାଫ୍ଟ ମାଧ୍ୟମରେ ଅର୍ଥ ଦାଖଲ କରିଛନ୍ତି।

Comment