ଓଡ଼ିଶାଲାଇଭ୍ ବ୍ୟୁରୋ

- ପଲିଫାଇଭର୍ କମ୍ପାନିର ଷ୍ଟାମ୍ପ ଡ୍ୟୁଟି ଛାଡ଼
- ଓଡ଼ିଶା ସିଭିଲ ସର୍ଭିସ କ୍ୟାଡର ରୁଲରେ ପରିବର୍ତ୍ତନରେ ବାଜିଲା ମୋହର
- ସତ୍ୟବାଦୀରେ ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟ
ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ୮ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।
ଢେଙ୍କାନାଳ ପଲିଫାଇଭର୍ କମ୍ପାନିର ଷ୍ଟାମ୍ପ ଡ୍ୟୁଟି ଛାଡ଼ ପ୍ରସ୍ତାବକୁ କ୍ୟାବିନେଟ୍ କ୍ୟାବିନେଟ୍ ମଞ୍ଜୁରୀ ମିଳିଛିା ମୋଟ ୨ କୋଟି ୧୫ ଲକ୍ଷ ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଛାଡ଼କୁ ମଞ୍ଜୁରୀ ମିଳିଛି। ଓଡ଼ିଶା ସିଭିଲ ସର୍ଭିସ କ୍ୟାଡର ରୁଲରେ ପରିବର୍ତ୍ତନକୁ ମଞ୍ଜୁରୀ ମିଳିଛି। ଭଲ ପ୍ରଦର୍ଶନ କଲେ ନିଜ ବ୍ୟାଚ ବାହାରେ ବି ପଦୋନ୍ନତି ପାଇବେ ଅଧିକାରୀ।
ଓଡ଼ିଆ ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟ ସତ୍ୟବାଦୀରେ କରିବା ପ୍ରସ୍ତାବକୁ ମଧ୍ୟ ରାଜ୍ୟ କ୍ୟାବିନେଟ୍ର ଅନୁମୋଦନ ମିଳିଛି।
ଏହାସହ ଅମିନ, ଆର୍ଆଇ, ଏଆର୍ଆଇ ନିଯୁକ୍ତି ସମ୍ପର୍କୀତ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଏଣିକି ଅମିନ, ଆର୍ଆଇ, ଏଆର୍ଆଇ ନିଯୁକ୍ତି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ଜରିଆରେ କରାଯିବ।
ସେହିପରି ସରକାରୀ କଲେଜ ଅଧ୍ୟାପକ ନିଯୁକ୍ତି ନେଇ ସର୍ବନିମ୍ନ ବୟସ ସୀମା ବୃଦ୍ଧି କରାଯାଇଛି। ଅଧ୍ୟାପକ ପଦବୀରେ ଆବେଦନ କରିବା ପାଇଁ ସର୍ବନିମ୍ନ ବୟସ ସୀମା ୪୮ ବର୍ଷକୁ କ୍ୟାବିନେଟ୍ରେ ବୃଦ୍ଧି କରାଯାଇଛି।
ଓଡ଼ିଶା କୃଷି ନୀତିକୁ ରାଜ୍ୟ କ୍ୟାବିନେଟ୍ର ମଞ୍ଜୁରୀ ମିଳିଛି। ଚାଷୀଙ୍କ ଆୟକୁ ବଢ଼ାଇବା ପାଇଁ ୩ଟି ସୋପାନ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ହୋଇଛି। ଚାଷୀଙ୍କ ପାଇଁ ବଜାର, ବୈଷୟିକ ଜ୍ଞାନକୌଶଳ ଉପଯୋଗକୁ ଫୋକସ କରାଯାଇଛି।


















