ଓଡ଼ିଶାଲାଇଭ୍‌ ବ୍ୟୁରୋ

ମିମିକ୍ରି ମ୍ୟାନ୍‌ ଦେବଦତ୍ତ ତାଙ୍କ ସ୍ଵରରେ କରିପାରନ୍ତି ବୋବାଲ। 

ପିଲା କାନ୍ଦିବା ହେଉ କି ମୟୂରର ରାବ, ବିଲେଇଙ୍କ କଳି ହେଉ କି କୁକୁଡ଼ାର ଡାକ ଏସବୁର ଅବିକଳ ନକଲ କରିପାରନ୍ତି କଟକର ଦେବଦତ୍ତ ସାମଲ। ଡିସେମ୍ବର ୧୭ରେ ଓଡ଼ିଶାଲାଇଭ୍‌ ୟୁଟ୍ୟୁବ ଚ୍ୟାନେଲରେ ମିମିକ୍ରି ମ୍ୟାନ ଦେବଦତ୍ତଙ୍କ ଏକ ଭିଡିଓ ପୋଷ୍ଟ ହୋଇଥିଲା, ଯାହା ରାତିକ ଭିତରେ ତାଙ୍କୁ ସମସ୍ତଙ୍କ ପାଖରେ ପରିଚିତ କରାଇ ପାରିଛି।

ଭିଡିଓଟିକୁ ମାତ୍ର ଅଳ୍ପ କେଇ ଘଣ୍ଟା ମଧ୍ୟରେ ଓଡ଼ିଶାଲାଇଭ୍‌ ଫେସବୁକରେ ୧ ଲକ୍ଷ ୯୫ ଲକ୍ଷ ଲୋକ ଦେଖିଛନ୍ତି। ଭିଡିଓଟି ଫେସବୁକରେ ୩ ଲକ୍ଷ ୭ ହଜାର ସେଆର ହେବା ସହ ୧୭୭ କମେଣ୍ଟ ଆସିଛି। ସେହିପରି ଓଡ଼ିଶାଲାଇଭ୍‌ ୟୁଟ୍ୟୁବରେ ୮୦୦ରୁ ଅଧିକ ଭିଉ ହାସଲ କରିଛି।

ମିମିକ୍ରି ମ୍ୟାନ ଦେବଦତ୍ତଙ୍କ ଘର କଟକର ହିନ୍ଦଳକୋଠୀ। ମାତ୍ର ସପ୍ତମ ଶ୍ରେଣୀ ଯାଏଁ ପାଠ ପଢ଼ିଥିବା ଦେବଦତ୍ତ ବିଭିନ୍ନ ପ୍ରକାର ମିମିକ୍ରି କରି ଲୋକଙ୍କୁ ମନୋରଞ୍ଜନ ଯୋଗାଉଛନ୍ତି। ଏବେ ସେ କଟକର ଏକ ଘରୋଇ କମ୍ପାନୀରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଛନ୍ତି।

୪୯ ବର୍ଷୀୟ ଦେବଦତ୍ତଙ୍କ ନାଟକ, ଅଭିନୟ ପ୍ରତି ବେଶ ରୁଚି ରହିଛି। ଅତୀତରେ ସେ ଦୂରଦର୍ଶନରେ ‘ଏଇ ତ ଜୀବନ’ ଏକ ସିରିଏଲରେ ଅଭିନୟ କରିଥିଲେ।

Comment