ଓଡ଼ିଶାଲାଇଭ୍‌ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଦୀର୍ଘ ବର୍ଷର ସମ୍ପର୍କ ସତ୍ତ୍ୱେ ସ୍ୱାମୀଙ୍କୁ କଟୁରୀରେ ହାଣି ହତ୍ୟା କରିବା ପରେ ବାରିପଦା ସଦର ଥାନାରେ ଆତ୍ମସମର୍ପଣ କରିଛି ସ୍ତ୍ରୀ। ।

ବାରିପଦା ସଦରଥାନା ଅନ୍ତର୍ଗତ ସିରିଶବଣୀ ଗାଁର ସୀତା ହେମ୍ବ୍ରମ ତାଙ୍କ ସ୍ୱାମୀ ବଢ ମାରାଣ୍ଡିକୁ ଅତି ନିର୍ମମ ଭାବେ ହତ୍ୟା କରିଛି।

ସୂଚନା ଅନୁସାରେ ବଢ ମାରାଣ୍ଡି  ସ୍ତ୍ରୀ ସୀତାଙ୍କୁ ନେଇ ବାଲେଶ୍ୱରରେ ଭଡ଼ାଘରେ ରହୁଥିଲେ।  ବଢ ସୀତାଙ୍କୁ ଛାଡ଼ି ଅନ୍ୟତ୍ର ବିବାହ କରିବାକୁ ଚାହୁଁଥିଲେ। ଏହାକୁ ନେଇ ଅଧିକାଂଶ ସମୟରେ ସ୍ୱାମୀ-ସ୍ତ୍ରୀ ଙ୍କ ମଧ୍ୟରେ ମାଡପିଟ ଓ କଳିଝଗଡ଼ା ହେଉଥିଲା।  ଶେଷରେ ଅତିଷ୍ଠ ହୋଇ ସୁଯୋଗ ଅପେକ୍ଷାରେ ଥିବା ସୀତା  ମଙ୍ଗଳବାର ବିଳମ୍ବିତ ରାତିରେ ସ୍ୱାମୀଙ୍କୁ ହତ୍ୟା କରିବାରେ ସଫଳ ହୋଇଥିଲା।

ହତ୍ୟା କରିବା ପରେ ସୀତା ବାଲେଶ୍ୱର ଷ୍ଟେସନରୁ ଟ୍ରେନ ଯୋଗେ ପ୍ରଥମେ ରୁପସା ଆସି ତାପରେ ପୁଣି ଟ୍ରେନ ଧରି ବାରିପଦା ଷ୍ଟେସନରେ ସଦର ଥାନାରେ ପହଞ୍ଚି ଆତ୍ମ ସମର୍ପଣ କରିଛି।

Comment