ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମାଧି ସ୍ମାରକକୁ ସ୍ୱର୍ଗଦ୍ୱାର ପରିସରରୁ ହଟାଇ ଦିଆଯାଇଛି। ବୁଧବାର ରାତିରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ଭାଙ୍ଗିଦିଆଯାଇଛି।

କିଛି ଦିନତଳେ ସ୍ୱର୍ଗଦ୍ୱାରର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ବିଜୁ ସମାଧିକୁ ହଟାଇବାକୁ ଘୋଷଣା କରିଥିଲେ। ଏହାସହ ମୁଖ୍ୟମନ୍ତ୍ରୀ ସ୍ୱର୍ଗଦ୍ୱାରର ଉନ୍ନତିକରଣ ପାଇଁ ୫ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିଲେ। ବିଜୁ ବାବୁ ପ୍ରତିଟି ଓଡ଼ିଆଙ୍କ ହୃଦୟରେ ରହିଛନ୍ତି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।କିଛି ଦିନ ଧରି ସ୍ୱର୍ଗଦ୍ୱାର ଚାରିପାଖରୁ ଜବରଦଖଲକୁ ଉଚ୍ଛେଦ କରିବା ଆରମ୍ଭ ହୋଇଛି। ତେଣୁ କୌଣସି ଅପ୍ରୀତିକର ପରସ୍ଥିତି ନହେବା ପାଇଁ ଜିଲ୍ଲା ପ୍ରଶାସନ ବିଜୁ ପଟ୍ଟନାୟକଙ୍କ ସମାଧିକୁ ରାତି ସୁଦ୍ଧା ଭାଙ୍ଗିଦେଇଛି।

ଅନ୍ୟପଟେ ସ୍ୱର୍ଗଦ୍ୱାରର ଉନ୍ନତିକରଣ ହେବା ପରେ ସେଠାରେ ବିଜୁ ବାବୁଙ୍କୁ ସମାଧି ସ୍ମାରକୀ ପ୍ରତିଷ୍ଠା କରାଯିବ ବୋଲି କୁହାଯାଉଛି।

LEAVE A REPLY

Please enter your comment!
Please enter your name here