ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜୁବାବୁଙ୍କ ବ୍ୟକ୍ତିତ୍ଵ ଓ କର୍ମନିପୁଣ ଜୀବନ ଅନେକଙ୍କ ପାଇଁ ପ୍ରେରଣା ‘ଦ ଟଲ୍ ମ୍ୟାନ’ ନାଁରେ ଖ୍ୟାତ ବିଜୁ ପଟ୍ଟନାୟକ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଚିର ସ୍ମରଣୀୟ

କଳିଙ୍ଗବୀର ବିଜୁ ପଟ୍ଟନାୟକଙ୍କର ବ୍ୟକ୍ତିତ୍ୱ ଓଡ଼ିଶାର ଲୋକମାନଙ୍କୁ ସବୁବେଳେ ପ୍ରେରଣା ଯୋଗାଇ ଆସିଛି। ବିଜୁବାବୁଙ୍କ ଦୂରଦୃଷ୍ଟି ଓ କର୍ମନିପୁଣ ଜୀବନର ପ୍ରଶଂସା କେବଳ ଓଡ଼ିଶାରେ ନୁହେଁ ବରଂ ସମଗ୍ର ଭାରତରେ ଶୁଣିବାକୁ ମିଳେ।

ବିଜୁ ବାବୁଙ୍କୁ, କିଏ କହେ ‘ମାଟିର ବରପୁତ୍ର’ ତ କିଏ କହେ ‘ଝଡ଼ର ଇଗଲ’। ଇଣ୍ଡୋନେସିଆ ପକ୍ଷରୁ ତାଙ୍କୁ ‘ଭୂମିପୁତ୍ର’ ସମ୍ମାନ ମିଳିଥିଲା। ଏହା ବ୍ୟତୀତ ସେ ‘ଦି ଟଲ୍ ମ୍ୟାନ’ ନାଁରେ ମଧ୍ୟ ଖ୍ୟାତ।

ଏପ୍ରିଲ ୧୭ ତାରିଖ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ। ୧୯୯୭ ମସିହା ଏପ୍ରିଲ ୧୭ ତାରିଖରେ ବିଜୁ ବାବୁଙ୍କର ୮୧ ବର୍ଷ ବୟସରେ ପରଲୋକ ଘଟିଥିଲା। ଆଜି, ବୁଧବାର ଦିନ ବିଜୁବାବୁଙ୍କ ୨୭ ତମ ଶ୍ରାଦ୍ଧ ବାର୍ଷିକୀରେ ସମସ୍ତେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ବିଜୁବାବୁଙ୍କ ଦୀର୍ଘ କର୍ମମୟ ଓ ରାଜନୈତିକ ଜୀବନ ଓଡ଼ିଶାବାସୀଙ୍କ ପାଇଁ ଚିରସ୍ମରଣୀୟ ହୋଇ ରହିଛି।

ଓଡ଼ିଶାଲାଇଭର ଏହି ସ୍ୱତନ୍ତ୍ର ଭିଡିଓ ଡକ୍ୟୁମେଣ୍ଟାରି ‘ବିଜୁ ପଟ୍ଟନାୟକ – ଦି ଟଲ୍ ମ୍ୟାନ’ରେ ଜାଣନ୍ତୁ ବିଜୁ ବାବୁଙ୍କ ଜୀବନ କାହାଣୀ। ଦେଖନ୍ତୁ ଭିଡିଓ।

Tags: #BijuPatnaik #TheTallMan #DeathAnniversary #FormerOdishaCM #Odisha

LEAVE A REPLY

Please enter your comment!
Please enter your name here