ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

 ୨୦୧୯ରେ ବଲିଉଡରେ ଦେଖିବାକୁ ମିଳିଛି ସୁପର ଡୁପର ହିଟ ଫିଲ୍ମ। ଯାହା କୌଣସି ଏକ ସିନେମାର ସିକ୍ୱେଲ। ଜାଣନ୍ତୁ ସେହି ଫିଲ୍ମ ବିଷୟରେ…

 ଟୋଟାଲ ଧମାଲ

ପ୍ରଥମେ ଧମାଲ ଫିଲ୍ମ ରିଲିଜ୍‌ ହୋଇଥିଲା। ତା’ପରେ ଡବଲ୍ ଧମାଲ୍ ଏବେ ରିଲିଜ୍ ହେଉଛି ଏହାର ସିକ୍ୱେଲ ‘ଟୋଟାଲ୍ ଧମାଲ୍’। ଏହି ଫିଲ୍ମରେ ଅନୀଲ କପୁର, ମାଧୁରୀ ଦୀକ୍ଷିତ, ଅଜୟ ଦେବଗନ୍ ଓ ରିତେଶ ଦେଶମୁଖ ପ୍ରମୁଖ ଥିଲେ ମେନ୍‌ ଲିଡ୍‌ରେ। ଏହା ଫେବ୍ରୁଆରି ୨୨ରେ ରିଲିଜ୍ ହୋଇଥିଲା।

 ଦ ଷ୍ଟୁଡେଣ୍ଟ ଅଫ୍ ଦ ଇୟର-୨

ଜଣାଶୁଣା ନିର୍ମାତା କରଣ ଜୋହରଙ୍କ ସୁପରହିଟ୍ ଫିଲ୍ମ ‘ ଦ ଷ୍ଟୁଡେଣ୍ଟ ଅଫ୍ ଦ ଇୟର’ ୨୦୧୧ରେ ରିଲିଜ୍‌ ହୋଇଥିଲା। ଏହି ଫିଲ୍ମରୁ କ୍ୟାରିଅର୍ ଆରମ୍ଭ କରିଥିଲେ ଆଜିର ୟଙ୍ଗଷ୍ଟାର ବରୁଣ ଧୱନ୍, ସିଦ୍ଧାର୍ଥ ମାଲହୋତ୍ରା ଓ ଆଲିଆ ଭଟ୍ଟ। ୨୦୧୯ରେ ରିଲିଜ ହୋଇଥିଲା ‘ଦ ଷ୍ଟୁଡେଣ୍ଟ ଅଫ୍ ଦ ଇୟର’ର ସିକ୍ୱେଲ ‘ଦ ଷ୍ଟୁଡେଣ୍ଟ ଅଫ୍ ଦ ଇୟର-୨’।

 ହାଉସଫୁଲ୍-୪

 ଖ୍ୟାତନାମା ନିର୍ମାତା ସାଜିଦ୍‌ ନାଡିଆଡୱାଲ ତାଙ୍କର ସୁପରହିଟ୍ ଫ୍ରାଞ୍ଚାଇଜ୍ ‘ହାଉସଫୁଲ୍’ର ଲାଟେଷ୍ଟ୍ ସିକ୍ୱେଲ ଥିଲା ‘ହାଉସଫୁଲ୍-୪’ ଏଥିରେ ଅକ୍ଷୟ କୁମାର, କ୍ରିତି ସାନନ୍, ବବି ଦେଓଲ୍, ଋତେଶ ଦେଶମୁଖ, ପୂଜା ହେଗଡେ ପ୍ରମୁଖ ଭୂମିକାରେ ଥିଲେ। ଏହି ଫିଲ୍ମ ଅକ୍ଟୋବର ୨୫ରେ ରିଲିଜ ହୋଇଥିଲା।

Comment