ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦୁଝରରେ ଜଣେ ୩ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀକୁ ଫାଶୀ ଦଣ୍ଡାଦେଶ ହୋଇଛି। ପୋକ୍ସୋ ଆଇନ ଆଧାରରେ ଦୋଷୀକୁ ଫାଶୀ ଦଣ୍ଡ ଶୁଣାଇଛନ୍ତି ଏଡିଜେ ଲୋକନାଥ ସାହୁ। ୨୮ ଜଣ ସାକ୍ଷୀଙ୍କ ଆଧାରରେ ଏହାର ଶୁଣାଣି ହୋଇଥିଲା।

କେନ୍ଦୁଝର ଚମ୍ପୁଆ ଥାନା ସମାଙ୍ଗ ଗାଁରେ ୨୦୧୭ ଜାନୁଆରି ୧୩ ତାରିଖରେ ଏକ ଅଭାବନୀୟ ଘଟଣା ଘଟିଥିଲା। ବାପା, ମା’ ଘରେ ନଥିବା ବେଳେ ୩ ବର୍ଷର ଶିଶୁକନ୍ୟାଟି ଚାକରାଣୀ ପାଖରେ ଥିଲା। ସବୁଦିନ ଭଳି ସମ୍ପର୍କୀୟ ସୁନୀଲ ନାଏକ ପହଞ୍ଚି ଶିଶୁଟିକୁ ନେଇ ବୁଲିବାକୁ ଯାଇଥିଲା। ହେଲେ ଆଉ ଫେରି ନଥିଲା।

ଶିଶୁକନ୍ୟାଟିର ବାପା, ମା’ ଘରେ ପହଞ୍ଚି ଝିଅକୁ ନପାଇ ଖୋଜାଖୋଜି ଆରମ୍ଭ କରିଥିଲେ। ପରେ ଗ୍ରାମବାସୀ ସ୍କୁଲ ନିକଟସ୍ଥ ସ୍କୁଲର ରୋଷେଇ ଘରୁ ଶିଶୁକନ୍ୟାର ରକ୍ତାକ୍ତ ମୃତଦେହ ପଡ଼ିଥିବାର ଦେଖିବାକୁ ପାଇଥିଲେ। ଏହାପରେ ପରିବାର ଲୋକ ପୋଲିସରେ ଅଭିଯୋଗ କରିଥିଲେ। ପୋଲିସ ଅଭିୟୋଗ ଆଧାରରେ ଅଭିଯୁକ୍ତକୁ ଗିରଫ କରିଥିଲା।

Comment