ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଡ଼ଦିନରେ ରାତିସାରା ଖୋଲା ରହିବ ଶ୍ରୀମନ୍ଦିର। ମହାପ୍ରଭୁ ରତ୍ନସିଂହାସନରେ ଭକ୍ତମାନଙ୍କୁ ଦର୍ଶନ ଦେବେ। ୨୬ ତାରିଖ ସକାଳ ୮ଟା ୨୦ ମିନିଟ୍‌ ୮ ସେକେଣ୍ଡରେ ସୂର୍ଯ୍ୟପରାଗ ଆରମ୍ଭ ହେବ। ଏଥିପାଇଁ ୨୫ ତାରିଖ ରାତି ୮ଟା ୨୦ରୁ ପାକତ୍ୟାଗ କରାଯିବା ସହ ଅନ୍ନ ଭୋଜନ ଓ ଦେବନୀତି ବନ୍ଦ ରହିବ।

୨୬ ତାରିଖ ୧୧ଟା ୨୯ ମିନିଟ୍‌ ୧୦ ସେକେଣ୍ଡରେ ସର୍ବମୋକ୍ଷ ହେବ। ସୂର୍ଯ୍ୟପରାଗ ଆରମ୍ଭ ହେବା ମାତ୍ରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯିବା ସହ ବେଶ, ମଙ୍ଗଳଆଳତି, ଅବକାଶ, ସୂର୍ଯ୍ୟପୂଜା ଏବଂ ଦ୍ୱାରପାଳ ପୂଜା ସମେତ ଅନ୍ୟାନ୍ୟ ନୀତି କରାଯିବ। ବୁଧବାର ଛତିଶା ନିଯୋଗ ବୈଠକରେ ସୂର୍ଯ୍ୟପରାଗ ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି।

ଅନ୍ୟପଟେ ନୂଆବର୍ଷ ଉପଲକ୍ଷେ ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ବ୍ୟାରିକେଡ୍‌, ଗହଳି ନିୟନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ।

Comment