ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଅଭିନେତା ସୈଫ୍‌ ଅଲ୍ଲୀ ଖାନ ଓ ଅଭିନେତ୍ରୀ କରୀନା କପୁରଙ୍କ ପୁଅ ତଥା ଛୋଟ ନବାବ ତୈମୁର ଅଲ୍ଲୀ ଖାନ ଆଜି ତାଙ୍କ ତୃତୀୟ ଜନ୍ମଦିନ ପାଳନ କରୁଛନ୍ତି। ପରିବାର ସହିତ ତୈମୁର ଆଜି ଏକ ନିଆରା ଅନ୍ଦାଜରେ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ତୈମୁରଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ତୈମୁରଙ୍କ ବଡ଼ ଭଉଣୀ ସାରା ଅଲ୍ଲୀ ଖାନ ମଧ୍ୟ ତୈମୁରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହିତ ଇନଷ୍ଟାଗ୍ରାମରେ ତାଙ୍କର ଏକ ସୁନ୍ଦର ଫଟୋ ପୋଷ୍ଟ କରିଛନ୍ତି।

ତୈମୁର ୨୦୧୬, ଡିସେମ୍ବର ୨୦ରେ ଜନ୍ମ ହୋଇଥିଲେ। ଛୋଟ ନବାବ ତୈମୁର ଅଲ୍ଲୀ ଖାନ୍‌ଙ୍କ ଫ୍ୟାନ୍ସଙ୍କ ସଂଖ୍ୟା କୌଣସି ସୁପରଷ୍ଟାରଙ୍କ ଫ୍ୟାନ୍ସଙ୍କଠୁ କମ୍‌ ନୁହନ୍ତି। ତୈମୁରଙ୍କ ଫଟୋ ଭିଡିଓ ବି ସୋସିଆଲ ମିଡିଆରେ ବି ଖୁବ୍‌ ଭାଇରାଲ ହୋଇଥାଏ।

ତୈମୁରଙ୍କ ଲୋକପ୍ରିୟତା ଏତେଯେ ୨୦୧୮ରେ ତାଙ୍କ ନାମରେ ଏକ କଣ୍ଢେଇ ବଜାରକୁ ଆସିଥିଲା।

Comment